Latest Odisha News

BREAKING NEWS

ଲୋକସଭା ନୁହଁ, ବିଧାନସଭା ଆସନରୁ ଲଢିବାକୁ ଆଗ୍ରହୀ ଅଂଶୁମାନ

ଭୁବନେଶ୍ୱର: ଗତକାଲି (ବୁଧବାର) ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ହେଲେ ଅଂଶୁମାନ ମହାନ୍ତି ସୁପ୍ରିମୋଙ୍କ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିବା ଦେଖିବାକୁ ମିଳିଛି । ଲୋକସଭା ବଦଳରେ ରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଅଂଶୁମାନ ଆଗ୍ରହୀ ଥିବା ନେଇ ସିଧା ସଳଖ ନିଜର ଶୁଭେଚ୍ଛୁ ଓ ସମର୍ଥକଙ୍କ ଆଗରେ ପ୍ରକାଶ କରିଛନ୍ତି । ଆଉ ଏନେଇ ସେ ଚୁପ୍ ରହିବେନି ଦଳର ସୁପ୍ରିମୋଙ୍କୁ ଭେଟି ନିଜର ଇଚ୍ଛା ଜଣାଇବେ । ଆଉ ଯଦି ସେ ଏଥିରେ ବିଫଳ ହୁଅନ୍ତି ତେବେ ସେନେଇ କିଛି ବିକଳ୍ପ ଚିନ୍ତା କରିବେ ବୋଲି ଖବର ରହିଛି ।

ଅଂଶୁମାନ ହେଉଛନ୍ତି ରାଜନଗରର ୭ ଥର ବିଧାୟକ ତଥା ଦୁଇ ଥର ମନ୍ତ୍ରୀ ହୋଇଥିବା ସ୍ବର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ ରୁ ୨୦୧୯ ଯାଏଁ ସେ ରାଜନଗରର ବିଧାୟକ ଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ଧ୍ରୁବ ସାହୁଙ୍କ ଠାରୁ ହାରି ଯାଇଥିଲେ । ପରବର୍ତ୍ତୀ ସମୟରେ ଦଳ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲା । ୨୦୨୦ରୁ ସେ ସଭାପତି ଦାୟିତ୍ବ ତୁଲାଇ ଆସୁଥିଲେ ।

ତେବେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ଝଟକା ଦେଇ ଦୁଇ ଦିନ ପୂର୍ବେ ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଅଂଶୁମାନ ଇସ୍ତଫା ଦେଇଥିଲେ । ଏହାପରେ ସେ ଗତ ମାର୍ଚ୍ଚ ୧୬ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.