ଭୁବନେଶ୍ୱର: ଅମିତ ରୋହିଦାସ ୨୦୨୪ ମସିହାର ଡିଫେଣ୍ଡର ଅଫ୍ ଦ ଇୟର ପାଇଁ ପ୍ରତିଷ୍ଠିତ ହକି ଇଣ୍ଡିଆ ପ୍ରଗତ ସିଂହ ପୁରସ୍କାର ଜିତିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
୩୧ ବର୍ଷୀୟ ରୋହିଦାସ ଦୁଇଥର ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା ରହିଥିବା ବେଳେ ସେ ଏସୀୟ କ୍ରୀଡାର ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ। ସେ ଭାରତର ଉପ-ଅଧିନାୟିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ସେହିପରି ପ୍ଲେୟର ଅଫ୍ ଦ ଇୟର ଭାବେ ହକି ଇଣ୍ଡିଆ ବଲବୀର ସିଂହ ସିନିୟର ପୁରସ୍କାର ହରମନପ୍ରୀତ ସିଂହ (ପୁରୁଷ) ଏବଂ ସବିତା ପୁନିଆ (ମହିଳା)ଙ୍କୁ ପ୍ରଦାନ କରାଯାଇଥିଲା। ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର ମଧ୍ୟ ବିବେଚିତ ହୋଇଛନ୍ତି।
Comments are closed.