Latest Odisha News

BREAKING NEWS

Mahanadi Tribunal: ଫେବୃଆରୀ ୭କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନାକଲେ ମହାନଦୀ ଟ୍ରିବ୍ୟୁନାଲ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମ୍ପର୍କୀତ ବଡ ଖବର ସାମ୍ନାକୁ ଆସିଛି । ଆସନ୍ତା ୭ ତାରିଖରେ ହେବାକୁ ଥିବା ମହାନଦୀ ଟ୍ରିବ୍ୟୁନାଲ ଶୁଣାଣିକୁ ଘୁଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧକୁ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଡଭୋକେଟ୍ ଜେନେରାଲ୍ ଉପସ୍ଥିତ ରହିପାରିବେ ନାହିଁ ଦର୍ଶାଇ ଓଡ଼ିଶା ପକ୍ଷରୁ ସମୟ ମଗାଯାଇଥିଲା । ହେଲେ ଟ୍ରିବ୍ୟୁନାଲ୍ ନିର୍ଦ୍ଧାରିତ ସମୟରେ ହିଁ ପ୍ରକ୍ରିୟା ଆଗକୁ ବଢ଼ାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଟ୍ରିବ୍ୟୁନାଲ ସ୍ପଷ୍ଟ କରିଛନ୍ତି ଯେ, ଏହି ଶୁଣାଣି ମୁଖ୍ୟତଃ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ସମାଧାନ ପାଇଁ ଚାଲିଥିବା ପ୍ରୟାସର ଅଗ୍ରଗତି ସମୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ । ତେଣୁ ଏଥିପାଇଁ ଆଡଭୋକେଟ୍ ଜେନେରାଲଙ୍କ ବ୍ୟକ୍ତିଗତ ଉପସ୍ଥିତି ଜରୁରୀ ନୁହେଁ ।

ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଉଭୟ ରାଜ୍ୟ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମିଳିତ ଆବେଦନ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଏହି ଆବେଦନ ହୋଇ ନଥିବାରୁ ଟ୍ରିବ୍ୟୁନାଲ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.