Latest Odisha News

BREAKING NEWS

ଦେଶର ସର୍ବାଧିକ ରାଗିଂ ହେଉଥିବା ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଗିଂ ମୁକ୍ତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇ କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସତକର୍ତା ଓ ଚେତାବନୀ ଦିଆଯାଇଥିଲେ ମଧ୍ୟ ଭାରତର ସର୍ବାଧିକ ରାଗିଂ ହେଉଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।

ସଦ୍ୟତମ ଘଟଣାଟି ଘଟିଛି ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ। ଜଣେ ପ୍ରଥମ ବର୍ଷର ଏମବିବିଏସ୍ ଛାତ୍ରଙ୍କ ଦାଢ଼ିକୁ ତିନି ଜଣ ବରିଷ୍ଠ ଛାତ୍ର ବଳପୂର୍ବକ କାଟି ଦେଇଥିଲେ।

ଆଣ୍ଟି-ରାଗିଂ ହେଲ୍ପଲାଇନ୍ (୧୮୦୦-୧୮୦-୫୫୨୨)ରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଏପ୍ରିଲ ପହିଲାରୁ ଏଯାବତ ସାରା ଓଡ଼ିଶାର ବିଭିନ୍ନ କଲେଜରେ ୬୮ଟି ରାଗିଂ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ତିନିଟି ମାମଲା ଅତ୍ୟନ୍ତ ଗୁରୁତର ଥିଲା କାରଣ ପୀଡ଼ିତାଙ୍କ ମୃତ୍ୟୁ ଆତ୍ମହତ୍ୟା ଦ୍ୱାରା ହୋଇଥିଲା। ଏହି ତିନି ଜଣ ହେଲେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ବଲାଙ୍ଗୀରର ଭୀମା ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ଯାଜପୁରର ସରକାରୀ ପଲିଟେକ୍ନିକ୍।

ବାକି ୬୫ଟି ମାମଲା ମଧ୍ୟରୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜରୁ ୨୨ଟି ରହିଛି। ଏହାବ୍ୟତୀତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୩ ଜଣ ଏବଂ ୟୁଜିସି, ଏଆଇସିଟିଇ, ଏମଏଚଆରଡି, ଆଇସିଏଆର, ଏମସିଆଇ ସମେତ ବିଭିନ୍ନ ନିୟାମକ ସଂସ୍ଥାରେ ଏହି ଅଭିଯୋଗ ଆସିଛି।

ସର୍ବାଧିକ ରାଗିଂ ଅଭିଯୋଗ ଥିବା ରାଜ୍ୟ ତାଲିକାରେ ଉତ୍ତରପ୍ରଦେଶ (୧୯୫), ପଶ୍ଚିମବଙ୍ଗ (୧୬୦), ମହାରାଷ୍ଟ୍ର (୭୯) ପରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ୫୩ଟି ଅଭିଯୋଗ ସହିତ ତାମିଲନାଡୁ ପଞ୍ଚମ ସ୍ଥାନରେ ରହିଛି। ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ରାଜ୍ୟ ମୋଟ ୪୭୩ଟି ରାଗିଂ ଅଭିଯୋଗ ରହିଛି।

ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଣ୍ଟି-ରାଗିଂ କମିଟିର ସକ୍ରିୟ ଭାବେ କାମ କଲେ ହିଁ ରାଗିଂ କମିପାରିବ ବୋଲି କୁହାଯାଉଛି। ତେଣୁ ନାମଲେଖା ସମୟରେ କେବଳ ଆଣ୍ଟି-ରାଗିଂ ସତ୍ୟପାଠ ସଂଗ୍ରହ ଯଥେଷ୍ଟ ନୁହେଁ ବୋଲି ଛାତ୍ରଛାତ୍ରୀ ବିଶ୍ବାସ କରୁଛନ୍ତି। ଛାତ୍ରଛାତ୍ରୀମାନେ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି କମିଟିଗୁଡ଼ିକ ଅଧିକ ସକ୍ରିୟ ହେଲେ ହିଁ ରାଗିଂକୁ ରୋକାଯାଇପାରିବ।

Leave A Reply

Your email address will not be published.