Latest Odisha News

BREAKING NEWS

ଆଠମଲ୍ଲିକରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଆଠମଲ୍ଲିକ: ଥମୁନି ଲଜ୍ଜ୍ୟା । ଆଠମଲ୍ଲିକ ଠାକୁରଗଡ ଥାନା ବନ୍ଦଗାଁ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ମୃତକ ସସ୍ମିତା  ନାୟକ ବୋଲି ଜଣାପଡିଛି  । ସସ୍ମିତା ୫ ବର୍ଷ ତଳେ ମଇମୁରା ପଞ୍ଚାୟତ କଳଚିକଟା ଗାଁର ନୀଳାଚଳ ନାୟକଙ୍କୁ ବିବାହ କରିଥିଲେ । ସସ୍ମିତାଙ୍କର ୪ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ଗତ ଗୁରୁବାର ଦିନ ସସ୍ମିତା ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖାଜି ପରେ ବି ନିରାଶ ହୋଇଥିଲେ  ।

ପରେ କିଛି ଛେଳି ଚରାଳି ପୋଡାପଦର ଜଙ୍ଗଲକୁ ଯାଇଥିବାବେଳେ ସସ୍ମିତାଙ୍କ ମୃତଦେହ ଏକ ଗଛ ତଳେ ଝୁଲୁଥିବାର ଦେଖିବାକୁ ପାଇଥିଲେ  ।  ପରିବାର ଲୋକଙ୍କ ଉପସ୍ଥିତିରେ ଠାକୁରଗଡ ପୋଲିସ ମୃତଦେହକୁ ଉଦ୍ଧାର କରିଛି  । ଘଟଣାସ୍ଥଳରୁ ମହିଳାଙ୍କ ଚପଲ ଓ ମୋବାଇଲ ମଧ୍ୟ ମିଳିଛି  । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ସସ୍ମିତାଙ୍କ ଭାଈ  । ତାଙ୍କ ବଡ ଭାଈ ଚୌଧୁରୀ ନାୟକଙ୍କ କହିବା ମୂତାବକ ତାଙ୍କ ଭଉଣୀକୁ କେହି ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇ ଦେଇଛି  । ତେଣୁ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେଉ ।

Leave A Reply

Your email address will not be published.