Latest Odisha News

ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଯାଜପୁର: ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ ଗତ ୨୪ ତାରିଖ ରାତିରେ ଅପରାହ୍ନରେ ନୀଳମଣୀଙ୍କ ମୁଣ୍ଡରେ ଆକସ୍ମିକ ଭାବେ ଆଘାତ ଲାଗିଥିଲା । ଏ ସମ୍ପର୍କରେ ଖବର ପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ନୀଳମଣୀଙ୍କୁ ତାଙ୍କ ବାଲିଚନ୍ଦ୍ରପୁର ବାଲିପଡିଆ ସ୍ଥିତ ବାସଭବନରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କୁ କଟକ ଏସିବି ସ୍ଥାନାନ୍ତର କରାଯାଇଥିଲା । ନୀଳମଣିଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ଚନ୍ଦ୍ରକାନ୍ତ ସାମଲ ଏବଂ ନାତୁଣୀ ଆଦି ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ କଟକ ରୁ ନିଜ ଜନ୍ମମାଟି ଯାଜପୁରର ବଡଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆକୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Comments are closed.