Latest Odisha News

BREAKING NEWS

ଓଲୀଙ୍କ ଶତକ, ଇଂଲଣ୍ଡ ୧୨୬ ରନରେ ଅଗ୍ରଣୀ

ହାଇଦ୍ରାବାଦ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓଲି ପୋପଙ୍କ ଚମତ୍କାର ଶତକ ବଲରେ ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୨୬ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୬ ୱିକେଟ ବିନିମୟରେ ୩୧୬ ରନ ସଂଗ୍ରହ କରିଛି । ଓଲୀ ପୋପ ୧୪୮ ଏବଂ ରେହାନ ଅହମ୍ମଦ ୧୬ ରନ କରି ଅପରାଜିତ ରହିଛନ୍ତି । ପୋପଙ୍କ ଏହା ୫ମ ଆନ୍ତର୍ଜାତୀୟ ଟେଷ୍ଟ ଶତକ । ତାଙ୍କ ଇନିଂସ ବଳରେ ଇଂଲଣ୍ଡ ଏବେ ବି ଏହି ଟେଷ୍ଟରେ ନିଜକୁ ବଂଚାଇ ରଖିପାରିଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ଓ ରବିଚନ୍ଦ୍ରନ ଅଶ୍ୱୀନ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଁଏ ହାସଲ କରିଛନ୍ତି ।

ପୂର୍ବରୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୪୬ ରନ ଜବାବରେ ଭାରତ ୪୩୬ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୮୦, କେଏଲ ରାହୁଲ ୮୬, ରବୀନ୍ଦ୍ର ଜାଡେଜା ୮୭ ଓ ଅକ୍ଷର ପଟେଲ ୪୪ ରନ କରିଥିଲେ । ଜୋ ରୁଟ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ୪ର୍ଥ ଦିବସରେ ଭାରତ ବିପକ୍ଷ ଦଳର ବାକି ୪ଟି ୱିକେଟ ଶୀଘ୍ର ଖସାଇ ବିଜୟ ଟାର୍ଗେଟକୁ କମ ରଖିବାକୁ ଚାହିଁବ । ଅନ୍ୟଥା ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା କଷ୍ଟକର ହେବ ।

Leave A Reply

Your email address will not be published.