Latest Odisha News

BREAKING NEWS

କରୋନା ମୃତ୍ୟୁସଂଖ୍ୟାରେ ଦେଶର ଏସବୁ ରାଜ୍ୟଠୁ ଢେର ପଛରେ ଓଡ଼ିଶା

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟ ତାଲିକାର ୮ ନମ୍ୱର ସ୍ଥାନରେ ରହିଛି ଓଡିଶା । ରାଜ୍ୟରେ ୨ ଲକ୍ଷ ୨୯ ହଜାରରୁ ଅଧିକ ପଜିଟିଭ୍ କେସ୍ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ କଶ୍ମୀର ଭଳି ରାଜ୍ୟଠାରୁ ବହୁ ପଛରେ ରହିଛି ଓଡ଼ିଶା । ଏସବୁ ରାଜ୍ୟରେ ଓଡ଼ିଶା ଅପେକ୍ଷା କମ୍ ପଜିଟିଭ୍ କେସ୍ ରହିଛି ।

ଦେଶରେ ଅଧିକ ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା ପରେ ଅଛନ୍ତି ତେଲେଙ୍ଗାନା, ଗୁଜରାଟ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ଜମ୍ମୁ କଶ୍ମୀର । ଏସବୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ତଳେ ରହିଥିବା ବେଳେ ମୃତ୍ୟୁସଂଖ୍ୟା ଓଡ଼ିଶା ଅପେକ୍ଷା ଢେର ଅଧିକ ।

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କରୋନା ୮୯୨ ଜୀବନ ନେଲାଣି । ତେଲେଙ୍ଗାନାରେ ଏହି ସଂଖ୍ୟା ୧ ହଜାର ୧୫୩ । ଗୁଜରାଟରେ ୧ଲକ୍ଷ ୩୯ ହଜାର ସଂକ୍ରମିତ ହୋଇଥବା ବେଳେ କରୋନାରେ ମଲେଣି ୩ ହଜାର ୪୭୫ ଆକ୍ରାନ୍ତ । ସେହିପରି ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର । କିନ୍ତୁ ମୃତ୍ୟୁସଂଖ୍ୟା ରହିଛି ୧୫ ଶହ ୧୬ ।

ମଧ୍ୟପ୍ରଦେଶରେ ୨ ହଜାର ୩୭୨ ଲୋକଙ୍କୁ ମାରି ଦେଲାଣି ମହାମାରୀ । କରୋନାରେ ସଂକ୍ରମିତ ହୋଇଛନ୍ତି ୧ ଲଲକ୍ଷ ୩୨ ହଜାର ଲୋକ । ହରିୟାଣାରେ ୧ ଲକ୍ଷ ୩୨ ହଜାର ପଜିଟିଭ୍ କେସ୍ ଥିବା ବେଳେ ଡେଥ୍ କେସ୍ ୧୪ ଶହ ୨୫ । ପଞ୍ଜାବରେ କରୋନା ମୃତ୍ୟୁସଂଖ୍ୟା ୩ ହଜାର ୫୦୧ ଓ ଜମ୍ମୁ କଶ୍ମୀରରେ ୧୨ ଶହ ୧୨ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.