Latest Odisha News

BREAKING NEWS

ସୁଶାନ୍ତ ସିଂଙ୍କୁ କରାଯାଇ ନାହିଁ ହତ୍ୟା!

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ତିନି ମାସ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ତାଙ୍କୁ ହତ୍ୟା କରାଯାଇଥିବା ନା ସେ ଆତ୍ମହତ୍ୟା କରିଥିଲେ, ତାହା ଆଜି ବି ସସ୍‌ପେନ୍ସ ହୋଇ ରହିଛି ।

ଦେଶର ତିନୋଟି ବୃହତ ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତ କରୁଥିଲେ ମଧ୍ୟ ପ୍ରକୃତ କଥା ସାମ୍ନାକୁ ଆସିପାରି ନାହିଁ। ଏ ମଧ୍ୟରେ ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ବିଷୟରେ ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଦର୍ଶାଉଛି ଯେ, ସୁଶାନ୍ତଙ୍କୁ ହତ୍ୟା ଉଦ୍ୟମ କରାଯାଇ ନାହିଁ, ସେ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ସ ମେଡିକାଲ୍ ବୋର୍ଡ ଏହାର ଅନୁସନ୍ଧାନ ରିପୋର୍ଟକୁ କୁପର ହସ୍ପିଟାଲ୍ ଦ୍ୱାରା ଦିଆଯାଇଥିବା ତଥ୍ୟ ସହିତ ସିବିଆଇ ସହ ସେୟାର କରିଥିଲା।

ଏମ୍ସର ରିପୋର୍ଟ ପାଇବା ପରେ, ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରିବ। ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି, ତେବେ ଏହାର କାରଣ କ’ଣ ଥିଲା? ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ପ୍ରବର୍ତ୍ତାଇଥିଲେ କି? ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ। ଏକ ଲାପଟପ୍, ହାର୍ଡ ଡିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି, ଯାହାର ତଦନ୍ତ ଚାଲିଛି।

Leave A Reply

Your email address will not be published.