ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୭ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୧୨୧ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୪, କଟକରୁ ୨, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧, ମୟୁରଭଞ୍ଜରୁ ୧, ନୟାଗଡରୁ ୧, ରାଉରକେଲାରୁ ୧, ସମ୍ବଲପୁରରୁ ୧ ଓ ପୁରୀରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ସବିଶେଷ ତଥ୍ୟ ଜାଣନ୍ତୁ…
୧. ଅନୁଗୁଳ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ଉଚ୍ଚ ରକ୍ତଚାପ ସମେତ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।
୨. ବାଲେଶ୍ବର ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୩. ଭୁବନେଶ୍ୱରର ଜଣେ ୫୭, ୭୩ ବର୍ଷୀୟ ମହିଳା ଓ ୭୦, ୭୬ ବୟସ୍କ ପୁରୁଷ ରହିଛନ୍ତି।
୪. କଟକର ୬୫ ବର୍ଷ ବୟସ୍କା ମହିଳା ରହିଛନ୍ତି। ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୫. କଟକ ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୬. ଜଗତସିଂହପୁର ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୭. କନ୍ଧମାଳ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୮. କେନ୍ଦୁଝର ଜିଲ୍ଲାର ଜଣେ ୭୪ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।
୯. ଖୋର୍ଦ୍ଧା ଜିଲ୍ଲାର ଜଣେ ୩୭ ବର୍ଷ ବୟସ୍କା ମହିଳା ରହିଛନ୍ତି।
୧୦. ମୟୂରଭଞ୍ଜ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।
୧୧. ନୟାଗଡ଼ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।
୧୨. ପୁରୀ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।
୧୩. ରାଉରକେଲାର ଜଣେ ୬୪ ବର୍ଷ ବୟସ୍କା ମହିଳା ରହିଛନ୍ତି। ଯିଏକି ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୪. ସମ୍ବଲପୁର ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।