Latest Odisha News

BREAKING NEWS

କ୍ରମାଗତ ସପ୍ତାହେ ଓଡ଼ିଶାରୁ ଦୈନିକ ଶହେରୁ କମ୍ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ହାରୁଛି କରୋନା, ଜିତୁଛି ଓଡ଼ିଶା । ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ସପ୍ତାହେ ହେବ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୨ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୯ଟି ।

୧୮ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୧୪ ଓ ଅନୁଗୋଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦ ପଜଟିଭ୍ । ବାକି ୧୬ ଜିଲ୍ଲାରୁ ଦୁଇ ଅଙ୍କରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ରାୟଗଡ଼ା, ନୂଆପଡ଼ା, ନୟାଗଡ଼, ସୁବର୍ଣ୍ଣପୁର ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୫ହଜାର ୬୨୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୨ହଜାର ୮୪୨ ଆକ୍ରାନ୍ତ । ଏବେ ରାଜ୍ୟରେ ୮୧୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଜାନୁଆରୀ ୩୧ ତାରିଖରୁ ରାଜ୍ୟରେ କ୍ରମାଗତ ସାତ ଦିନ ହେବ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍ ରହିଛି ।
ତାରିଖ ଆକ୍ରାନ୍ତ
ଜାନୁଆରୀ ୩୧ ୭୯
ଫେବ୍ରୁଆରୀ ୧ ୬୦
ଫେବ୍ରୁଆରୀ ୨ ୭୧
ଫେବ୍ରୁଆରୀ ୩ ୮୭
ଫେବ୍ରୁଆରୀ ୪ ୯୭
ଫେବ୍ରୁଆରୀ ୫ ୮୨
ଫେବ୍ରୁଆରୀ ୬ ୭୨

Leave A Reply

Your email address will not be published.