Latest Odisha News

BREAKING NEWS

ରବିବାର ସ୍କୁଲରେ ଅଚାନକ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ, ପରଖିଲେ ପାଠପଢ଼ା

ଭୁବନେଶ୍ୱର: କରୋନା କାୟା କମିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଚାଲିଛି । ରବିବାର ବି କ୍ଲାସ ହେଉଛି । କେମିତି ଚାଲିଛି ପାଠପଢା, ଅନୁଧ୍ୟାନ ପାଇଁ ଆଜି ଅଚାନକ ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ରବିବାର ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହୁଛି । ଏନେଇ ସେଥିରେ ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବି ଆଲୋଚନା କରିଛନ୍ତି । ୧୦୦ ଦିନିଆ ପାଠପଢ଼ା ପରେ ବୋର୍ଡ ପରୀକ୍ଷା ହେବ ।

ସେହିପରି ଆସନ୍ତାକାଲିଠୁ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ସେସମସ୍ତ ବ୍ୟବସ୍ଥା ବି ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଝଙଚ ଆଧାରରେ ସ୍କୁଲ ଖୋଲିବ । ସରସ୍ୱତୀ ପୂଜା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଖୋଲିବା ପାଇଁ ସରକାର ଚିନ୍ତା କରୁଛନ୍ତି ।

Leave A Reply

Your email address will not be published.