Latest Odisha News

BREAKING NEWS

ଆଇପିଏଲ ୨୦୨୪: ବୃଦ୍ଧି ପାଉଛି ଶତକ ସଂଖ୍ୟା

ଅହମ୍ମଦାବାଦ: ଆଇପିଏଲ ୨୦୨୪ ସଂସ୍କରଣରେ ଶତକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୪୫ତମ ମୁକାବିଲା ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସହଜରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ସଂସ୍କରଣରେ ସର୍ବାଧିକ ଶତକ ହାସଲରେ ନୂତନ ରେକର୍ଡ ସ୍ଥାପନ ହୋଇଛି । ଏ ପର୍ଯ୍ୟନ୍ତ ୧୧ଜଣ ବ୍ୟାଟ୍ସମ୍ୟାନ ଶତକ ମାରି ସାରିଛନ୍ତି । ଏହା ପୂର୍ବରୁ ୨୦୨୩ରେ ୯ଜଣ ଶତକ ମାରିଥିଲେ । ମାତ୍ର ୪୫ ମ୍ୟାଚରେ ସର୍ବାଧିକ ଶତକ ହାସଲ ରେକର୍ଡ ଭାଙ୍ଗି ଯାଇଛି । ରାଜସ୍ଥାନ ରୟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର ୨ଟି ଶତକ ମାରି ଆଗରେ ରହିଛନ୍ତି ।

ଏହି ସଂସ୍କରଣରେ ଶତକ ମାରିଥିବା ଖେଳାଳିମାନେ ହେଲେ ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ରୋହିତ ଶର୍ମା, ଜୋସ ବଟଲର(୨ଟି), ମାର୍କସ ଷ୍ଟୋଇନିସ, ଜନୀ ବେୟାରଷ୍ଟୋ, ରିତୁରାଜ ଗାଏକ୍ୱାଡ, ସୁନୀଲ ନାରିୟନ ଓ ୱିଲ ଜ୍ୟାକ୍ସ ।

Leave A Reply

Your email address will not be published.