Latest Odisha News

BREAKING NEWS

ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା କରୋନା ହଟସ୍ପଟ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ହେଉଛି କରୋନା ହଟସ୍ପଟ୍ । ସେହିପରି ଓଡ଼ିଶାର ୨୧ଟି ଜିଲ୍ଲା ଗ୍ରୀନ୍ ଜୋନ୍‌ରେ ରହିଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କରୋନା ସଂକ୍ରମଣ ପାଇଁ ଦେଶର ଜିଲ୍ଲାଗୁଡିକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଲା ହଟ୍‌ସ୍ପଟ ଜିଲ୍ଲା, ଦ୍ୱିତୀୟ ନନ୍‌-ହଟ୍‌ସ୍ପଟ ଏବଂ ତୃତୀୟ ଗ୍ରୀନ୍ ଜୋନ୍ । ଦେଶରେ କରୋନାକୁ ନେଇ କୋକୁଆ ଭୟ ଜାରି ରହିଛି । ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି । ସାରା ଦେଶରେ ୧୧,୪୩୯ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୭୭ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୧୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.