Latest Odisha News

BREAKING NEWS

ସୁସ୍ଥ ହେଉଛନ୍ତି ବିଜେପି ନେତା ପ୍ରଦୀପ୍ତ ନାୟକ; ଖୁବ୍‌ ଶୀଘ୍ର ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ୫୪ ବର୍ଷୀୟ ବିଜେପି ନେତା ପ୍ରଦୀପ୍ତ ନାୟକ ହେଉଛନ୍ତି ଭବାନୀପାଟଣାର ବିଧାୟକ। ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତରଖାନା କର୍ତ୍ତୁପକ୍ଷ ସଚ୍ଚିଦାନନ୍ଦ ମହାନ୍ତି ରବିବାର ସୂଚନା ଦେଇଛନ୍ତି।

ସେ କରୋନା ଆକ୍ରାନ୍ତ ହୋଇଥିଲେ। ସେଥିରୁ ଆରୋଗ୍ୟ ଲାଭ କରିବା ପରେ ତାଙ୍କର ଭୁବନେଶ୍ୱରର ଏମ୍ସଠାରେ କରୋନା ପରବର୍ତ୍ତୀ ସମସ୍ୟା ନେଇ ଚିକିତ୍ସା ଚାଲିଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି। ସେ ଖୁବ୍‌ ଶୀଘ୍ର ଡିସଚାର୍ଜ ହୋଇଯିବେ।

ତିନିରୁ ଚାରି ଦିନ ମଧ୍ୟରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଡା. ମହାନ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ,କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏପ୍ରିଲ୍ ୨୦ରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା।

 

Comments are closed.