କଟକ: ଆସନ୍ତା ରବିବାର କଟକରେ ଖୋଲିବ ଓଡ଼ିଶାର ଅଗ୍ରଣୀ ମସଲା କମ୍ପାନୀ ରୁଚିର ଫୁଡ୍ ଆଉଟଲେଟ୍। କଟକ ମହାନଦୀ ବିହାର ଅଞ୍ଚଳରେ ଖୋଲିବ। ଏହି ଫୁଡ଼୍ ଆଉଟଲେଟ୍ ରବିବାର ଉଦଘାଟିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ।
ସର୍ବବୃହତ ଆଉଟଲେଟରେ ଆନ୍ତର୍ଜାତୀୟ ସ୍ତରର ନୂତନ ଏବଂ ନିଆରା ଖାଦ୍ୟ ଗ୍ରାହକ ପାଇପାରିବେ। ବିଶେଷକରି ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବ୍ୟାକେରୀ ଏବଂ ରୁଚି ଫ୍ରୋଜିଟର ବିଭିନ୍ନ ସାମଗ୍ରୀ ସହଜ ଏବଂ ସୁଲଭ ମୂଲ୍ୟରେ ଗ୍ରାହକ ପାଇପାରିବେ ବୋଲି କହିଛନ୍ତି ରୁଚିର ନିର୍ଦ୍ଦେଶିକା ରଶ୍ମି ସାହୁ। ପୂର୍ବରୁ ସହରରେ ଅଳ୍ପ କେତେକ ସ୍ଥାନରେ ଏଭଳି ଫୁଡ଼୍ ଆଉଟଲେଟ୍ ଖୋଲିସାରିଛି। ରୁଚି କମ୍ପାନୀର ବ୍ୟାକେରୀ ସମେତ ଅନ୍ୟ ଫୁଡ଼୍ ଆଇଟମ୍ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। ତେବେ ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ରୁଚି କର୍ତ୍ତୃପକ୍ଷ କହିଛନ୍ତି।
Comments are closed.