Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଦୁର୍ଗାସ୍ତୁତି ୨୦୨୧

ଆସ ମାଆ ଏ ଧରାକୁ ଭଗବତୀ
କାଳାଭ୍ୟାବାଂ ଆସ ପୁଣିଥରେ ;
ଛୋଟମନେ ଗଢିଅଛୁ ପ୍ରକଟିତ
ହୁଅ ମାହେଶ୍ବରୀ ଛୋଟ ପ୍ରତିମାରେ!

ଆସ ମାଆ ଲହ ଲହ ଜିହ୍ବା ଧରି
ଖଣ୍ଡା ଖର୍ପର ଧାରଣୀ ସଂହାରିଣୀ ବେଶ ;
ବହୁକାଳ ଘାଣ୍ଟିଲାଣି କୋଭିଡ ୧୯
ତାକୁ ନିଶ୍ଚେ କରିଦେବ ଧ୍ବଂସ!

ଆସ ମାଆ ସର୍ବଶକ୍ତି ସ୍ବରିପିଣୀ
ଯୁଗେଯୁଗେ ଦୁଷ୍ଟ ସଂହାରିଣୀ ;
ବିନାଶ କରିବ ମା ତାଲିବାନି
ଦାନବଙ୍କୁ ବିଶ୍ବକୁ ଘାଣ୍ଟି ସାରିଲେଣି !

ଆସ ମାଆ ଆସ ଶାନ୍ତା କାଲାକୁଲା
ପ୍ରବେଶ ମା ଶାସକ ସ୍ବପ୍ନରେ ;
ନ ଲଢନ୍ତୁ ଆଉ ସେ ମା ସର୍ବଶକ୍ତି
ଦେଇ ଚାଷୀ ମୁଲିଆ ସାଥୀରେ !

ଆସମା ଭବାନୀ ଆସ ଲକ୍ଷ୍ମୀ
ମାନବର ଅଭୟ ଦାୟିନୀ;
କୋପକରି କମାଅ ମା ତୈଳ
ଗ୍ୟାସ ଦର ଆଉ ସହି ତ ହେଉନି!

ଆସ ଗୈାରୀ ବିରୁପାକ୍ଷା କାମରୂପା
ଆସ ହେ ବିରୂପା ମୁକ୍ତିଦାତ୍ରୀ ;
କୃପାକର ଏ ଦେଶନାରୀଙ୍କୁ ମା
ଯଥାଶୀଘ୍ର ହଟୁ କାଳରାତ୍ରୀ !

ଆସ ଜଗଦ୍ଧାତ୍ରୀ ଯବୁଦ୍ଧିତା ମାୟା
ଆସ ହିରଣ୍ମୟୀ ହେ ଭବାନୀ;
ବୁଦ୍ଧି ଦିଅ ମିଡିଆକୁ ମାଆ
ସତ ଖବରକୁ ସିଏ ଚାପି ଦିଅନ୍ତୁନି!

ଆସ ଶଙ୍ଖିନୀ ପଦ୍ମିନୀ ଆସ କାମ୍ୟା
ସୁବର୍ଣ୍ଣା ଗୈାରୀ ଗତି ମୁକ୍ତି ପ୍ରଦାୟିନି;
କୃପାକର ଡ୍ରଗ୍ସ ଗଞ୍ଜେଇ ଛାଡି
ଅଭିନୟ କରନ୍ତୁ ହିରୋ ହିରୋଇନୀ!

ଆସ ବିଦ୍ୟାମୟୀ ଚିନ୍ମୟୀ ହେ
ସହସ୍ରାକ୍ଷି ବେଦବିଦ୍ୟା ପ୍ରକାଶିନୀ;
ବରଦିଅ ପାଠକଙ୍କୁ ଲାଇକ୍ ଓ
କମେଣ୍ଟ ଦେବାରେ ସେ ହେଳା କରନ୍ତୁନି!

Leave A Reply

Your email address will not be published.