Latest Odisha News

BREAKING NEWS

ସୋମବାରଠୁଁ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ: ୧୦ଟି ମୁଖ୍ୟ ଦାବି ଉପସ୍ଥାପନ କରିବାକୁ ବିଜେଡ଼ି ପ୍ରସ୍ତୁତ

ଭୁବନେଶ୍ୱର: ସୋମବାରଠୁଁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ତଥା ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ସମ୍ପର୍କୀତ ଦାବି ସମେତ ୧୦ ଦାବି ସଂସଦରେ ଉପସ୍ଥାପନ କରିବାକୁ ବିଜୁ ଜନତା ଦଳ ପ୍ରସ୍ତୁତ ହେଉଛି ।

ଗଣମାଧ୍ୟମକୁ ସୂଚନାଦେଇ ବିଜେଡ଼ିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସଂସଦରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ୧୦ଟି ପ୍ରମୁଖ ଦାବି ଉପସ୍ଥାପନ କରିବ ବିଜେଡ଼ି ।

ଏପରିକି ସିବିଏସଇ ପରୀକ୍ଷା ଫି ବୃଦ୍ଧି ଏବଂ ପୋଲାଭରମ ପ୍ରକଳ୍ପ ସହିତ ଓଡ଼ିଶାକୁ ଆବାସ ଯୋଜନାର ବକେୟା ସହାୟତା ରାଶି ପ୍ରଦାନ ଦାବି ଗୁଡ଼ିକୁ ମଧ୍ୟ ବିଜେଡ଼ି ସଂସଦରେ ଉପସ୍ଥାପନ କରିବାକୁ ଯୋଜନା କରୁଛି ।

ସଂସଦରେ କେଉଁ ୧୦ଟି ଦାବିକୁ ବିଜେଡ଼ି ଉପସ୍ଥାପନ କରିବ ଜାଣନ୍ତୁ;

୧ – ଓଡ଼ିଶାରେ ବ୍ୟାଙ୍କିଂ ଓ ଟେଲିକମ୍ ଲାଗି ପର୍ଯ୍ୟାପ୍ତ ଭାବେ ପ୍ରସାର
୨ – ରାଜ୍ୟରେ ଜାତୀୟ ରାଜପଥର ବୃଦ୍ଧି
୩ – ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ ଓ ସଂସଦରେ କିପରି ପାଶ୍ ହେବ
୪ – ଓଡ଼ିଶାର ୨ଟି ପ୍ରମୁଖ ପର୍ଯ୍ୟଟନସ୍ଥ୍ଳୀକୁ ଆଇକନିକ୍ ଟୁରିଜିମ୍ ସାଇଟର ମାନ୍ୟତା
୫ – ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ
୬ – ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ପ୍ରଦାନ
୭ – ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ୍ ଉପରୁ ଆୟକର ଉଚ୍ଛେଦ
୮ – ପୋଲାଭରମ ପ୍ରକଳ୍ପ
୯ – ଓଡ଼ିଶାକୁ କେନ୍ଦ୍ର ଦେବାକୁ ଥିବା ପିଡ଼ିଏସ ସବସିଡ଼ି ୨୦୧୭-୧୮ ମସିହା ଲାଗି ୨୧୨୩ କୋଟି ଟଙ୍କା ୨୦୧୮ରୁ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ୧୩୪୫ କୋଟି ଟଙ୍କା ପଇଠ କରିବାକୁ ଦାବି
୧୦ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବକେୟା ରାଶି ପ୍ରସଙ୍ଗ

ଓଂସଂସଦର ଏହି ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଯାଇଛି । ଏହି ବୈଠକରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅନେକ ରାଜନୈତିକ ଦଳର ବରିଷ୍ଠ ନେତାମାନଙ୍କ ସହିତ ଅନେକ ସାଂସଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.