Latest Odisha News

BREAKING NEWS

ଚିଲିକାରେ ପକ୍ଷୀ ଗଣନା, ୨୧ଟି ଟିମ୍ ସାମିଲ

ବାଲୁଗାଁ(ଖୋର୍ଦ୍ଧା): ଚିଲିକାକୁ ଏବର୍ଷ କେତେ ପକ୍ଷୀ ଆସିଛନ୍ତି । ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏଥିରେ ୨୧ଟି ଟିମରେ ଶହେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୬୦ ଜଣ ଗାଇଡ୍ ସାମିଲ ଅଛନ୍ତି । ୧୯ଟି ଟିମ୍ ଚିଲିକା ଜଳରାଶି ଭିତରେ ଓ ୧ଟି ଗଣନାକାରୀ ଟିମ୍ ତଟବର୍ତ୍ତୀ ଅଞ୍ଚଳରେ ପକ୍ଷୀ ଗଣନା କରୁଛନ୍ତି ।

ସକାଳ ୬ଟାରୁ ଦିନ ୧୨ଟା ଯାଏ ଗଣନା କାମ ଚାଲିବ । ପ୍ରତି ଟିମରେ ଅଛନ୍ତି ୫ ଜଣ ଲେଖାଏ କର୍ମଚାରୀ । ରାଜ୍ୟ ତଥା ବାହାରୁ ବିଶାରଦ ବି ସାମିଲ ଅଛନ୍ତି । ଟାଙ୍ଗୀ ଜୋନ୍‌ରେ ୮ଟି, ବାଲୁଗାଁରେ ୫, ସାତପଡ଼ାରେ ୩ ଏବଂ ରମ୍ଭା ଓ କୃଷ୍ଣପ୍ରସାଦ ଜୋନ୍‌ରେ ଅବଶିଷ୍ଟ ଟିମ୍‌ ନିୟୋଜିତ ରହିଛନ୍ତି ।

ପକ୍ଷୀ ଗଣନାରେ ଜିପିଏସ୍‌ ଓ ବାଇନାକୁଲାର ବ୍ୟବହାର କରାଯାଉଛି । ଗତବର୍ଷ ଚିଲିକାକୁ ରେକର୍ଡ଼ ସଂଖ୍ୟକ ୧୨ ଲକ୍ଷ ୪୨ ହଜାର ବିଦେଶୀ ପକ୍ଷୀ ଆସିଥିଲେ । ଶୀତ ଋତୁରେ ଚିଲିକାକୁ ସାଇବେରିଆ ସମେତ ବିଭିନ୍ନ ଦେଶରୁ ବିଦେଶାଗତ ପକ୍ଷୀ ଆସିଥାଆନ୍ତି ।

Leave A Reply

Your email address will not be published.