Latest Odisha News

BREAKING NEWS

କେଆଇୱାଇଜି: ଓଡିଶା ପାଇଁ ରୌପ୍ୟ ଜିତିଲେ ପୁନୀତ

ଭୁବନେଶ୍ୱର: ହରିୟାଣାର ପଂଚୁକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ପୁନୀତ ଚନ୍ଦ୍ର ସାହୁ ଓଡିଶା ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଏଥିସହ ଓଡିଶା ପଦକ ସଂଖ୍ୟା ୩କୁ ଛୁଇଁଛି । ପୁରୁଷ ୯୬ କେଜି ଭାରୋତୋଳନ ମୁକାବିଲାରେ ସେ ଏହି ସଫଳତା ହାସଲ କରିଛନ୍ତି । ପୁନୀତ ଓଭରାଲ ୨୭୮ କେଜି (୧୧୫ କେଜି ସ୍ନାଚ, ୧୬୩ କେଜି କ୍ଲିନ ଆଣ୍ଡ ଜର୍କ) ଭାର ଉଠାଇ ଓଡିଶା ପଦକ ସଂଖ୍ୟା ବୃଦ୍ଧି କରାଇଥିଲେ । ମହାରାଷ୍ଟ୍ର ୨୪ ସ୍ୱର୍ଣ୍ଣ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ହରିୟାଣା ୨୩ ଓ ମଣିପୁର ୧୨ ସ୍ୱର୍ଣ୍ଣ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

BjdElectrycity

ପୁନୀତ କିଟରେ କମ୍ପ୍ୟୁଟର ସାଇନ୍ସ ପଢ଼ୁଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ସେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି । ଜୁନ ୪ରୁ ଆରମ୍ଭ ହୋଇଥିବା ପ୍ରତିଭା ଚୟନ ପ୍ରତିଯୋଗିତା ଜୁନ ୧୩ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.