Latest Odisha News

BREAKING NEWS

୮୮ ବର୍ଷ ପରେ ରଣଜୀରେ ଇତିହାସ ରଚିଲା ବେଙ୍ଗଲ

କୋଲକାତା: ବାଙ୍ଗାଲୋରରେ ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ୮୮ ବର୍ଷ ପରେ ବେଙ୍ଗଲ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି । ଝାଡଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଙ୍ଗଲ ୭ ୱିକେଟ ବିନିମୟରେ ୭୭୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଏଥିରେ ବେଙ୍ଗଲର ୯ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାକି ଏକ ରେକର୍ଡ । ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହେଲେ-ଅଭିଷେକ ରମନ(୬୧), ଏଆର ଈଶ୍ୱରନ (୬୫), ସୁଦୀପ କୁମାର(୧୮୬), ଅମୋଲ ମଜମୁଦାର (୧୧୭), ମନୋଜ ତିୱାରୀ (୭୩), ଅଭିଷେକ ପୋରେଲ(୬୮), ଶାହବାହ (୭୮), ଏସ.ଶେଖର(୫୩) ଓ ଆକାଶଦୀପ(୫୩) ।

ଆକାଶଦୀପ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ବେଙ୍ଗଲ କ୍ରୀଡାମନ୍ତ୍ରୀ ମନୋଜ ତିୱାରୀ ମଧ୍ୟ ଫର୍ମରେ ରହିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୮୯୩ରେ ଅଷ୍ଟ୍ରେଲିୟନ୍ସ ଓ ଅକ୍ସଫୋର୍ଡ ଆଣ୍ଡ କେମ୍ବ୍ରିଜ ୟୁନିଭରସିଟି ପାଷ୍ଟ ଆଣ୍ଡ ପ୍ରେଜେଂଟ ଟିମ ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ୮ ଅର୍ଦ୍ଧଶତକ ହାସଲ ହୋଇଥିଲା ।

Leave A Reply

Your email address will not be published.