Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଓହରିଲେ ରାହୁଲ, ପନ୍ତ ହେବେ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜରୁ ଅଧିନାୟକ କେଏଲ ରାହୁଲ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି । ସେ ମଧ୍ୟ ଏହି ସିରିଜରେ ଖେଳିପାରିବେ ନାହିଁ । ବିସିସିଆଇ ମଧ୍ୟ ଏହା ସ୍ପଷ୍ଟ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା କରାଯାଇଛି । ରାହୁଲ ଓ ଯାଦବ ଏନସିଏରେ ମେଡିକାଲ ଟିମ ଅନୁଧ୍ୟାନରେ ରହିଛନ୍ତି ।

ଭାରତୀୟ ଦଳ: ରିଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଈଶାନ କିଶାନ, ଦୀପକ ହୁଦା, ଶ୍ରେୟାଶ ଆୟାର, ଦୀନେଶ କାର୍ତିକ, ଭେଙ୍କଟେଶ ଆୟାର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅଭେଶ ଖାଁ, ଅର୍ଶଦୀପ ସିଂ ଓ ଉମରାନ ମଲିକ ।

Leave A Reply

Your email address will not be published.