Latest Odisha News

BREAKING NEWS

[ଭିଡିଓ] ଏନଡିଏ ପ୍ରବେଶିକା ପରୀକ୍ଷାରେ ପୁରୀର ଓମକାର ଆଶୁତୋଷ ଟପ୍ପର

ପୁରୀ : ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦେଇଥାଏ । ବୟସରେ କମ୍ ହେଲେ ମଧ୍ୟ ଇଚ୍ଛା ଦେଶ ସେବା କରିବା । ପୁରୀ ସିଟି ରୋଡର ରହୁଥିବା ଓମକାର ଆଶୁତୋଷ  ନ୍ୟାସନାଲ ଡିଫେନ୍ସେ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ଟପର ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଦୃଢ ମନୋବଳ ଓ କଠିନ ପରିଶ୍ରମ କରି ସଫଳତା ପାଇଛନ୍ତି ଓମକାର ଆଶୁତୋଷ । କେବଳ ପୁରୀ ନୁହେଁ ଓଡିଶା ପାଇଁ ଗୌରବ ଆଣିଛନ୍ତି ସେ । ବୟସ କମ୍ ହେଲେ ମଧ୍ୟ ଦେଶ ପାଇଁ ସେବା କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି ।

ପୁରୀ କନଭେଣ୍ଟ ସ୍କୁଲରେ ପାଠ ପଢ଼ିଛନ୍ତି ଓମକାର । ଅଷ୍ଟମ ଶ୍ରେଣିରୁ ସେ ଦେଶପାଇଁ ବୃହତ ଲକ୍ଷ ରଖି ଡେରାଡୁନ ସ୍ଥିତ ରାଷ୍ଟ୍ରୀୟ ମିଲିଟାରୀ କଲେଜରେ ପଢିବା ସହ ଏନଡିଏ ପାଇଁ ପ୍ରସ୍ତୁତି ହେଉଥିଲେ ।

ହେଲେ ଏନଡିଏର ପରୀକ୍ଷାର ସମସ୍ତ ତିନୋଟି ବିଭାଗରେ ଉତିର୍ଣ୍ଣ ହୋଇ ଟପ୍ପର ହେବା ସହ ଇଣ୍ଡିଆନ ନାଭାଲ ଏକେଡେମୀରେ ଯୋଗଦେବା ପାଇଁ ଚୟନ ହୋଇଛନ୍ତି । ସେ ଏବେ ଜଣେ ଦକ୍ଷ ଅଫିସର ହୋଇ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବୃହତ ଯୋଗ ଦେବାକୁ ଲକ୍ଷ ରଖିଛନ୍ତି । ।ଶିକ୍ଷୟତ୍ରୀ ମା ଓ କର୍ଣ୍ଣେଲ ବାପାଙ୍କ ପ୍ରରଣା ତାଙ୍କୁ ଆଗକୁ ନେଇଛି ବୋଲି କହିଛନ୍ତି ଓମକାର ।

ଓଡିଶା ମାଟିର ପୁଅ ଓଁଙ୍କାର ଓମକାର ଏକାଡେମୀ ପ୍ରବେଶିକା ପରୀକ୍ଷୀରେ ଟପ୍ପର ହୋଇ ଓଡିଶା ମାଟି ପାଇଁ ଗୌରବ ଆଣିଛନ୍ତି । ସେପଟେ ନିଜର ଗୋଟିଏ ମାତ୍ର ପୁଅ ଦେଶର ଟେକ ରଖୁ ବୋଲି ବାପା ମା କହିଛନ୍ତି ।

Leave A Reply

Your email address will not be published.