Latest Odisha News

BREAKING NEWS

[ଭିଡିଓ] ମୁମ୍ବାଇ ରାସ୍ତାରେ ଅଟୋରିକ୍ସା ଚଳାଇଲେ ସୁପରଷ୍ଟାର ସଲମାନ୍ ଖାନ୍

ମୁମ୍ବାଇ: ଦର୍ଶକଙ୍କୁ ଇମ୍ପ୍ରେସ୍ କରିବାକୁ ଭୁଲନ୍ତି ନାହିଁ ସୁପରଷ୍ଟାର ସଲମାନ ଖାନ । କେତେବେଳେ ଚିତ୍ର ଆଙ୍କି ତ ପୁଣି କେତେବେଳେ ରାସ୍ତାରେ ସାଇକଲ ଚଢି ସେ ନିଜ ଦର୍ଶକଙ୍କୁ ଦେଇଥାନ୍ତି ସରପ୍ରାଇଜ ପରେ ସରପ୍ରାଇଜ । ନିକଟରେ ସଲମାନଙ୍କୁ ଅଟୋରିକ୍ସା ଚାଳକ ଅବତାରରେ ଦେଖିବାକୁ ମିଳିଥିଲା । ହେଲେ ଏଥର ରିଲ୍ ନୁହେଁ ବରଂ ରିଅଲ ଲାଇଫରେ ସଲମାନ ମୁମ୍ବାଇରେ ଅଟୋ ଚଳାଇବାରେ ନଜର ଆସିଥିଲେ ।

ସଲମାନଙ୍କ ଏଭଳି ଅପ୍ରତ୍ୟଶିତ ଆକ୍ଟିଭିଟି ଅନେକ ଲୋକଙ୍କୁ ଚକିତ କରିଛି । ତଥାପି ସୋସିଆଲ ମିଡିଆରେ ସଲ୍ଲୁ ମିଆଁଙ୍କୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା । ନିକଟରେ ମହାରାଷ୍ଟ୍ରର ପନ୍‌ୱେଲ୍ ଫାର୍ମ ହାଉସରେ ସଲମାନ ନିଜ ୫୬ତମ ଜନ୍ମଦିନ ପାଳିଥିଲେ । ହେଲେ ଏଥରକ ଜନ୍ମଦିନ ପାଇଁ ନୁହେଁ ବରଂ ସଲମାନଙ୍କୁ ସାପ କାମୁଡିବା ଘଟଣା ଅଧିକ ଜୋର ଧରିଥିଲା ।

Leave A Reply

Your email address will not be published.