Latest Odisha News

BREAKING NEWS

ଜେଇଇ ମେନ୍ ପରୀକ୍ଷା ରେଜଲ୍ଟ: ୧୦୦ % ମାର୍କ ରଖି ଓଡ଼ିଶାର ସମ୍ବିତ ବେହେରା ଶୀର୍ଷରେ

ଭୁବନେଶ୍ୱର: ସର୍ବଭାରତୀୟ ଜେଇଇ ମେନ ୨୦୧୯ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଓଡ଼ିଆ ଛାତ୍ର ସମ୍ବିତ ବେହେରା ଦେଶର ଶୀର୍ଷରେ ଥିବା ୧୪ ଜଣଙ୍କ ସହିତ ୧୦୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବାର ଗୌରବ ଅର୍ଜନ କରିଛନ୍ତି ।

ଓଡ଼ିଆ ଛାତ୍ର ସମ୍ବିତ ବେହେରା ସର୍ବଭାରତୀୟ ଜେଇଇ ମେନ ୨୦୧୯ ପରୀକ୍ଷାରେ ୧୦୦ % ମାର୍କ ରଖିବା ସହିତ ଦେଶର ଶ୍ରେଷ୍ଠ ୧୪ ଜଣ ପରିକ୍ଷାର୍ଥୀ ରଖିଥିବା ୧୦୦ ପ୍ରତିଶତ ମାର୍କ ରଖିଥିବା ମଧ୍ୟରେ ସାମିଲ ହୋଇଛନ୍ତି । ଏହି ୧୭ ବର୍ଷିୟ ଓଡ଼ିଆ ଛାତ୍ର ରାଜସ୍ଥାନର କୋଟା କେନ୍ଦ୍ରରେ ପରିକ୍ଷା ଦେବା ପୂର୍ବରୁ ସେ ଆଇଆଇଟି ଜେଇଇ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବା ଲାଗି ନିଜକୁ ପ୍ରସ୍ତୁତ କରିଆସୁଥିଲେ ।

ତାଙ୍କର ଏହି ସଫଳତା ପରେ ସେ ଏକ ଇଂରାଜୀ ଦୈନିକକୁ ସାକ୍ଷାତକାର ଦେଇ କହିଛନ୍ତି, “ମୁଁ ଦୈନିକ ୬ ଘଣ୍ଟା ଭଲଭାବେ ନିଜକୁ ଏହି ପରୀକ୍ଷା ଲାଗି ପ୍ରସ୍ତୁତ କରିଆସୁଥିଲି । ଏଥିଲାଗି ପୂର୍ବରୁ ମୁଁ ଏକ ରୁଟିନ୍ ପ୍ରସ୍ତୁତ କରି ସେହି ଅନୁସାରେ ସମସ୍ତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଉଥିଲି ।” ଜେଇଇ ପରୀକ୍ଷାରେ ସମ୍ବିତଙ୍କର ଏହି ବିରାଟ ସଫଳତାକୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିବା ସହିତ ହିନ୍ଦୁସ୍ଥାନ ଟାଇମ୍ସରେ ତାଙ୍କର ପରୀକ୍ଷା ପ୍ରସ୍ତୁତି ନେଇ ଏକ ସାକ୍ଷାତକାର ମଧ୍ୟ ପ୍ରକାଶିତ ହୋଇଛି ।

ସେ ସାକ୍ଷାତକାର ଦେଇ ଆହୁରି ମଧ୍ୟ କହିଛିନ୍ତି, ପ୍ରତ୍ୟେକ ଦିନ ସେ ବିଷୟ ଗୁଡ଼ିକରେ ସନ୍ଦେହମୁକ୍ତ ହେବାକୁ ପଚାରୁଥିଲେ, ନୋଟ୍ ରିଭିଜନ୍ କରିବା ସହିତ ବିଶ୍ଳେଷଣ କରୁଥିଲେ ଏବଂ କୋଚିଂ ସେଣ୍ଟରଗୁଡ଼ିକରେ ପୁରୁଣା ଟେଷ୍ଟପେପର୍ ପଢାପଢି କରିବାରେ ବ୍ୟସ୍ତ ରହୁଥିଲେ ।

ଓଡ଼ିଶାର ଏହି କୃତି ଛାତ୍ର ସମ୍ବିତ ବେହେରା ପଢା ସହିତ ଫୁଟବଲ୍ ଖେଳିବାକୁ ତଥା ଟିଭିରେ ମ୍ୟାଚ୍ ଦେଖିବାକୁ ପସନ୍ଦ କରିଥାଆନ୍ତି । ସମୟ ସମୟରେ ସେ ସିନେମା ମଧ୍ୟ ଦେଖିଥାଆନ୍ତି । ତେବେ ସେ ଏହି ବର୍ଷ ଶେଷ ଆଡ଼କୁ ଦ୍ୱାଦଶ ପରୀକ୍ଷା ଦେବାକୁ ଯାଉଛନ୍ତି ।

ତାଙ୍କ ପିତା ଚନ୍ଦ୍ରମଣୀ ବେହେରା କୋରାପୁଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ କାର୍ଯ୍ୟରତ ରହିଥିବା ବେଳେ ମାତା ଜଣେ ଓରଥୋମୋଲୋଜିଷ୍ଟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସମ୍ବିତଙ୍କ ବଡ଼ ଭଉଣୀ ଏବେ ରାଉରକେଲାର ଏନଆଇଟିରେ ଅଧ୍ୟୟନ କରୁଥିବା ସୂଚନା ମିଳିଛି ।

Comments are closed.