Latest Odisha News

BREAKING NEWS

ପ୍ରଥମ ଭାରତୀୟ ଭାବେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜିତିଲେ ‘ଇଟାଲିୟନ ସ୍ୟାଣ୍ଡଆର୍ଟ ଆୱାର୍ଡ଼’

ଭୁବନେଶ୍ୱର: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମ୍ମାନଜନକ ୨୦୧୯-ଇଟାଲିୟନ ଗୋଲ୍ଡେନ୍ ବାଲୁକାକଳା ପୁରସ୍କାର ହାସଲ କରିଛନ୍ତି ।

ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବାଲୁକାଶିଳ୍ପୀ ସୁଦର୍ଶନ ୟୁରୋପର ଇଟାଲୀରେ ଅନୁଷ୍ଠିତ ହୋଇଥିବା ବିଶ୍ୱସ୍ତରୀୟ ବାଲୁକାକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଏହି ପୁରସ୍କାର ସେ ଶୁକ୍ରବାର ସନ୍ଧ୍ୟାରେ ଗ୍ରହଣ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ଏହି ବାଲୁକାକଳା ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ରୁଷୀୟ କଳାକାର ପାଭେଲ୍ ମିନିଲକୋଭଙ୍କ ଏକ ୧୦ ମିଟର ଦୀର୍ଘ ବାଲୁକାକଳା ପ୍ରଦର୍ଶନ କରିଥିଲେ ।

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ରାଷ୍ଟ୍ରର ୮ଜଣ ଖ୍ୟାତନାମା ବାଲୁକାଶିଳ୍ପୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.