Latest Odisha News

BREAKING NEWS

ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ବର୍ତ୍ତିଗଲା ଏକ ବଡ଼ ଟ୍ରେନ୍ ଆକ୍ସିଡ଼େଣ୍ଟ !

ଭୁବନେଶ୍ୱର: ନିଜର କର୍ତ୍ତବ୍ୟନିଷ୍ଠା ତଥା ଉପସ୍ଥିତ ବୁଦ୍ଧିଯୋଗୁଁ ଏକ ବିରାଟ ରେଳ ଦୁର୍ଘଟଣାକୁ ରୋକି ପାରିଛନ୍ତି ରେଳ ଫାଟକ ଦାୟିତ୍ୱରେ ଥିବା ଜଣେ ରେଳକର୍ମଚାରୀ । ଏହି ଘଟଣାଟି ଘଟିଛି ଶନିବାର ଦିନ ଭୁବନେଶ୍ୱର-ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସେପ୍ରେସ ଚଳାଚଳ କରୁଥିବା ସମୟରେ ।

ମିଳିଥିବା ସୂଚନାନୁଯାୟୀ, ୨୨୮୦୫ ଭୁବନେଶ୍ୱର-ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସେପ୍ରେସ ଭାୟ ଅନୁଗୁଳ ଦେଇ ଦ୍ରୁତ ଗତିରେ ଭୁବନେଶ୍ୱର ରେଳ ଷ୍ଟେସନରୁ ୧୨ଟା ୫୦ ମିନିଟରେ ବାହାରି ଥିଲା । ତେବେ ଭିଏସଏସ ନଗର ରେଲୱେ ଟ୍ରାକ୍ ନିକଟରେ ଏକ ମଇଁଷି ଦଳ ଲେବୁଲ୍ କ୍ରସିଂ ପାର ହେଉଥିବାର ଗେଟମ୍ୟାନ୍ ଦେଖିବାକୁ ପାଇଥିଲେ ।

ଏକ ନିଶ୍ଚିତ ଦୁର୍ଘଟଣାର ସୁରାକ ପାଇ ସେଠାରେ ଉପସ୍ଥିତ ଥିବା ଗେଟମ୍ୟାନ୍ ଏ କେ ତ୍ରିପାଠୀ ଦୂରରୁ ଆସୁଥିବା ଟ୍ରେନକୁ ଦେଖି ଟ୍ରାକ୍ ଆଡ଼କୁ ଦୌଡ଼ିଯାଇଥିଲେ । ଏକ ନିଶ୍ଚିତ ଦୁର୍ଘଟଣା ଘଟିବା ଆଶଙ୍କା କରି ତୁରନ୍ତ ଟ୍ରେନ ଆଡ଼କୁ ନାଲି ପତାକା ଦେଖାଇ ଅଟକାଇବାକୁ ସିଗନାଲ୍ ଦେଇଥିଲେ । ଟ୍ରେନରେ ଥିବା ଲୋକୋ ପାଇଲଟ୍ ମଧ୍ୟ ଯଥେଷ୍ଟ ବ୍ୟବଧାନ ରଖି ଟ୍ରେନକୁ ଅଟକାଇଥିଲେ । ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନ୍ ଏବଂ ଶହ ଶହ ଯାତ୍ରୀଙ୍କ ପ୍ରାଣ ବଞ୍ଚିଯାଇଥିଲା । ସେଠାରେ କିଛିସମୟ ରହି ଟ୍ରେନଟି ପରେ ତୁରନ୍ତ ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲା ।

ଇତିମଧ୍ୟରେ, ରେଳ କର୍ତ୍ତୃପକ୍ଷ ଶ୍ରୀ ତ୍ରିପାଠୀଙ୍କ ଲାଗି ପୁରସ୍କାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.