Latest Odisha News

BREAKING NEWS

ଓଲିଉଡ ସହ ‘ବିଗ୍ ବି’ଙ୍କ କିପରି ରହିଛି ସମ୍ପର୍କ, ଜାଣନ୍ତୁ

ଭୁବନେଶ୍ୱର: “ରିସ୍ତେ ମେଁ ତୋ ହମ ତୁମହାରେ ବାପ ଲଗତେ ହେ, ନାମ ହେ ସେହେନସା”, ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ଏହି ଡାଇଲଗରେ ତାଳି ଓ ହ୍ବିସିଲରେ ପ୍ରକମ୍ପିତ ହୋଇଯାଉଥିଲା ସିନେମା ହଲ ।

ବର୍ତ୍ତମାନ ଚଳଚ୍ଚିତ୍ର ଦୁନିଆର ଶ୍ରେଷ୍ଠ ପୁରସ୍କାର, ‘ଦାଦା ସାହେବ ଫାଲକେ’ ସମ୍ମାନର ଅଧିକାରୀ ହେବାକୁ ଯାଉଥିବା ଏହି ଦିଗଜ କଳାକାର ସତରେ ଫିଲ୍ମ ଜଗତର ସେହେନସା ବୋଲି ନିଜକୁ ପ୍ରମାଣିତ କରିଛ ।

ଏହିଭଳି ଏକ ଖୁସିର ମହୋଲ ମଧ୍ୟରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ଓଡ଼ିଆ ସିନେମା ଜଗତ ସହ ଥିବା ସମ୍ପର୍କକୁ ମନେ ପକାଇଛି ‘ଓଡ଼ିଶା ସମ୍ବାଦ’ ।

ସିନେମା ଐତିହାସିକ ସୂର୍ଯ୍ୟ ଦେଓଙ୍କ କହିବା ଅନୁସାରେ, ୧୯୭୦ ମସିହାରେ ଚଳଚ୍ଚିତ୍ର ‘ମୁକ୍ତା’ର ସୁଟିଂ ପାଇଁ ଅମିତାଭ ବଚ୍ଚନ ଓଡ଼ିଶା ଆସିଥିଲେ । ‘ଏକେ ଫିଲ୍ମ’ ପ୍ରଯୋଜନାରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରରେ ଶତ୍ରୁଘ୍ନ ସିନ୍ହା, ରେଖା ଏବଂ ଜୟଶ୍ରୀ ଟି ମଧ୍ୟ ନଜର ଆସିଥିଲେ ।

ଏହାଛଡା, ଓଡ଼ିଆ ସିନେମା ଜଗତର ସେତେବେଳର ଆଗଧାଡ଼ିର ଅଭିନେତା ଶରତ ପୂଜାରୀ, ବବି, ଦୁଃଖୀରାମ ସ୍ୱାଇଁ, ନେତ୍ରାନନ୍ଦ, ବିରେନ ରାଉତରାୟ, ବିଜୟ ମହାନ୍ତି ଏବଂ ଆସିମ ବାବୁ ଏହି ଚଳଚ୍ଚିତ୍ରରେ ନଜର ଆସିଥିଲେ । ଚଳଚ୍ଚିତ୍ରଟି ଅଧା ଅଂଶ ‘ବ୍ଲାକ ଆଣ୍ଡ ହ୍ଵାଇଟ’ ଥିବାବେଳେ ଆଉ ଅଧା ‘ରଙ୍ଗିନ’ରେ ରିଲିଜ ହୋଇଥିଲା ।

ସିନେମା ଐତିହାସିକ ସୂର୍ଯ୍ୟ ଦେଓଙ୍କ କହିବା ଅନୁସାରେ, ଦୁର୍ଭାଗ୍ୟବଶତଃ ‘ମୁକ୍ତା’ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ସୁଟିଂ ହୋଇପାରିନଥିଲା । ପାଖାପାଖି ୮୦% ସୁଟିଂ ହେବା ପରେ ଏହା ବନ୍ଦ ହୋଇଯାଇଥିଲା ।

ଶ୍ୟାମଳ ମଖାର୍ଜୀଙ୍କ ସହ-ନିର୍ଦ୍ଦେଶନାରେ ମିଳିତ ଭାବେ ‘ଏକେ ଫିଲ୍ମ ୟୁନିଟ୍’ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଓଡ଼ିଶାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅକ୍ଷୟ ମହାନ୍ତି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଭାର ସମ୍ଭାଳିଥିଲେ ।

ସୂଚନାଯୋଗ୍ୟ, ଏହି ‘ମୁକ୍ତା’ ଚଳଚ୍ଚିତ୍ରଟି ଆସାମର ଚାର୍ଲସ୍ ଡାକେନସଙ୍କ ଉପନ୍ୟାସ ‘ଓଲିଭର ଟ୍ଵିଷ୍ଟ’ର ଉପରେ ଆଧାରିତ ଥିଲା । ଏହା ଆସାମୀ ଭାଷାରେ ‘ସୋନିତ’ ନାମରେ ମୁକ୍ତିଲାଭ କରିଥିବା ବେଳେ ବେଙ୍ଗଲରେ ଏହା ରିଲିଜ ହୋଇପାରିନଥିଲା ।

Leave A Reply

Your email address will not be published.