Latest Odisha News

BREAKING NEWS

ମାତ୍ର ୩ ବର୍ଷର ବାଳିକା, ୫ ମିନିଟରେ ଦେଉଛି କିପରି ୨୦୦ ପ୍ରଶ୍ନର ଉତ୍ତର ଜାଣନ୍ତୁ…

କେନ୍ଦୁଝର: ସ୍କୁଲକୁ ଯାଇନଥିବା ତିନି ବର୍ଷର କୁନି ବାଳିକାଟିଏ । ଯଦି ତାକୁ ଆପଣ ଭାରତର କୌଣସି ରାଜ୍ୟ, ବିଶ୍ୱର କୌଣସି ବି ଦେଶ ଅଥବା ପୃଥିବୀର ଯେକୌଣସି ରାଷ୍ଟ୍ର ସମ୍ପର୍କରେ ପ୍ରଶ୍ନଟିଏ ପଚାରିଦେବେ ତେବେ ନିଶ୍ଚିତ ତାହାର ସଠିକ୍ ଉତ୍ତର ଦେବ ଏହି କୁନିଝିଅଟି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟବର୍ତ୍ତୀ ପଞ୍ଚୁପଲ୍ଲୀ ଗ୍ରାମର ଏହି ଆଶ୍ଚର୍ଯ୍ୟ ଧୀମତି ସମ୍ପନ୍ନା ବାଳିକା ହେଲେ ସ୍ମୃତିମୟୀ ରାଉତ ।

ଏବେ ସମସ୍ତେ କହୁଛନ୍ତି ଯେ, ଏହି ବାଳିକାଟିର ମସ୍ତିଷ୍କ ଯେକୌଣସି କମ୍ପ୍ୟୁଟର ଠାରୁ ମଧ୍ୟ ଦ୍ରୁତ । ତୁରନ୍ତ ଶବ୍ଦ କହିପାରୁଥିବା ଏହି ବାଳିକାଟିର ଅଦ୍ଭୁତ ଶକ୍ତିରେ ସମସ୍ତେ ଆଶ୍ଚର୍ଯ୍ୟଚକିତ । ମାତ୍ର ୫ ମିନିଟ ମଧ୍ୟରେ ସେ ୨୦୦ଟି ପ୍ରଶ୍ନର ଉତ୍ତର ନିର୍ଭୁଲ ଭାବେ ଦେଇପାରୁଛି । ଯାହାକି ଜଣେ ସାଧାରଣ ପିଲାଟିଏ ଲାଗି ଏକ ଅସମ୍ଭବ କାର୍ଯ୍ୟ ।

ଯେତେବେଳ ସ୍ମୃତିମୟୀକୁ ମାତ୍ର ଏକବର୍ଷ ହୋଇଥିଲା ସେହିସମୟରେ ତା’ର ପିତାମାତା ପିଲାଟିର ଏହିପରି ଆଶ୍ଚର୍ଯ୍ୟଜନକ ଶକ୍ତି ବିଷୟରେ ଜାଣିବାକୁ ପାଇଥିଲେ । ଏହି ବୟସରେ ମଧ୍ୟ ସେ ଅନେକ କଥା ମନେରଖିପାରୁଥିଲା । ସେବେଠାରୁ ସ୍ମୃତିମୟୀଙ୍କ ବାପା ତାକୁ ଜେନେରାଲ୍ ନଲେଜ ସମ୍ପର୍କରେ କିଛି ତାଲିମ ଦେବାକୁ ଲାଗିଲେ । ମାତ୍ର ଗୋଟିଏ ମାସର ଟ୍ରେନିଂ ପରେ ସେ ୫ ମିନିଟରେ ସେତେବେଳେ ୧୦୦ଟି ପ୍ରଶ୍ନର ଉତ୍ତର ଦେଇପାରୁଥିଲା ।

Leave A Reply

Your email address will not be published.