Latest Odisha News

ଭାରତରେ ୬ ବର୍ଷରେ ୯୦ ଲକ୍ଷ ବେକାରୀ !

ଭୁବନେଶ୍ୱର: ଦେଶରେ ଚାକିରିର ମାତ୍ରା ଦୃତଗତିରେ ହ୍ରାସ ପାଇବାରେ ଲାଗିଛି । ଏପରିକି ୨୦୧୧ରୁ ୨୦୧୮ ମଧ୍ୟରେ ଦେଶରେ ୯୦ଲକ୍ଷ ଲୋକ ଚାକିରି ହରାଇଲେଣି । ଏଭଳି ତଥ୍ୟ ରଖିଛନ୍ତି, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ ମହେରୋତ୍ରା ଓ ଜଜାତି କେ ପରିଡ଼ା ।

ଅଜିମ୍ ପ୍ରେମ୍ ଜି ବିଶ୍ୱିଦ୍ୟାଳୟରେ ପ୍ରକାଶିତ ସର୍ଭେ ରିପୋର୍ଟରେ ସେଣ୍ଟର ଅଫ୍ ସସ୍ଟେନେବଲ୍ ଡେଭନପ୍ମେଣ୍ଟ ଶୀର୍ଷକରେ ଏଭଳି ଆଲେଖ୍ୟ ପ୍ରକାଶିତ ହୋଇଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତ ଇତିହାସରେ ଏହା ସର୍ବଶ୍ରେଷ୍ଠ ଚାକାରି ହ୍ରାସ ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ଏହି ରିପୋର୍ଟ ପ୍ରଧାନମନ୍ତ୍ରୀ ଇକୋନୋମିକ୍ ଆଡଭାଇଜରି କାଉନସିଲ୍ ରିପୋର୍ଟ ସହ ଆଦୌ ମେଳ ଖାଉ ନାହିଁ ।

ଲଭିସ୍ ଭଣ୍ଡାରୀ ଓ ଅମରେଶ ଦୁବେଙ୍କ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟରେ କୁହାଯାଇଥିଲା ଯେ ୨୦୧୧ରେ ଦେଶରେ ୪୩କୋଟି ୩୦ ଲକ୍ଷର ନିଯୁକ୍ତି ସୁଯୋଗ ରହିଥିବା ବେଳେ ୨୦୧୯ ସୁଦ୍ଧା ଏହା ବୃଦ୍ଧି ପାଇ ୪୫କୋଟି ୭୦ଲକ୍ଷରେ ପହଞ୍ଚିଛି । ମାତ୍ର ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଫେସରମାନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଏହାକୁ ଭିତ୍ତିହୀନ ବୋଲି ଦର୍ଶାଇଛି । ଏମାନଙ୍କ ଦାବି ମୁତବାକ ଦେଶରେ ବିଗତ ୬ ବର୍ଷ ମଧ୍ୟରେ ନିଯୁକ୍ତ ସୁଯୋଗ ୪୭କୋଟି ୪୦ ଲକ୍ଷରୁ ଖସି ୪୬କୋଟି ୫୦ ଲକ୍ଷରେ ପହଞ୍ଚିଛି । ଦେଶରେ ନିଯୁକ୍ତିକୁ ନେଇ ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ କଳ୍ପନା ଜଳ୍ପନା ବଢ଼ିଛି ।

ଅନ୍ୟପକ୍ଷରେ ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦେଶରେ ଶେଷଥର ପାଇଁ ଜନଗଣନା ୨୦୧୧ ମସିହାରେ ହୋଇଥିଲା । ନିଯୁକ୍ତି ସମ୍ବନ୍ଧୀତ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସୁଛି ତାହା ୨୦୧୧ ଜନଗଣନା ଆଧାରରେ ପ୍ରକାଶ ପାଉଛି । ଏବେ ଜନସଂଖ୍ୟା ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ହୋଇଥିବା ନେଇ ଅନୁମାନ କରାଯାଉଛି ।

ତେବେ ନିଯୁକ୍ତ କ୍ଷେତ୍ରରେ ହେଉଥିବା ସମସ୍ତ ସର୍ଭେ ରିପୋର୍ଟର ବିଶ୍ୱସନୀୟତା ଯେ କମିଛି ଏଥିରେ ଦ୍ୱିମତ ନାହିଁ । ସେ ସରକାରୀ ତଥ୍ୟ ହେଉ କିମ୍ବା ଜବାହାରଲାଲ ନେହେରୁ ଭଳି ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟର ତଥ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ଏହାକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ କରାଯାଇନପାରେ ।

 

Leave A Reply

Your email address will not be published.