Latest Odisha News

BREAKING NEWS

ଭାଷା ଭାଗବତ : ଜୀବନ ଜଟିଳରୈଖିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୭ 

କାଳ, ଜୀବନ, ଜଳଧାର
ନ ହୁଏ କେବେ ବୃତ୍ତାକାର
ଏ ସବୁ ଜଟିଳରୈଖିକ
ଗତିରେ ଚାଲଂତି ପ୍ରତ୍ୟେକ

ଶରୀର ଅଟେ କୋଷମୟ
ପିଂଡର ବୃଦ୍ଧି ଆଉ କ୍ଷୟ
ଘଟିଚାଲିଛି ନିରଂତର
କରିହୁଏନି ଅସ୍ବୀକାର

ଜନ୍ମରୁ ମରଣ ପର୍ଯଂତ
ପଥ ବି ନୁହେ ନିର୍ଧାରିତ
ଗତି ହେଲେ ହେଁ ଅବିରତ
ପଥ ନ ହୁଏ କେବେ ବୃତ୍ତ

ଜୀବର ପୁନରାବର୍ତନ
କଳ୍ପନା କରିଥାଏ ମନ
ପୂର୍ବ ରୀତିର ସଂସ୍ଥାପନ
ଭାଷାକୁ କରିଥାଏ ମ୍ଳାନ

ପଶ୍ଚାତ୍‌ଗତିର ପରିଣାମ
ହୁଅଇ ଉତ୍କଟ ବିଷମ
ତେଣୁ କରିବା ଅଗ୍ରଗତି
ଭବିଷ୍ୟମୁଖୀ କରୁଁ ମତି

ଯାହାକୁ କହୁଁ ଇତିବୃତ୍ତ
ତାହା ତ ତତ୍କାଳୀନ ସତ
ହୋଇ ତହିଁର ଅନୁଗତ
ଲିଖନ ନୁହଇ ବିହିତ

କାଳାନୁଗତ ହେଲେ ଭାଷା
ବଢ଼ାଏ ଲୋକଂକ ଭରସା
ଲୁପ୍ତ ରୀତିର କୀର୍ତିଗାନ
ବଢ଼ାଇ ପାରେନି ସମ୍ମାନ

ପ୍ରାଚୀନ ଗ୍ରଂଥରୁ ପ୍ରେରଣା
ନେଇ ଲେଖିଲେ ଯାହା ଜଣା
ନ ଥାଏ କିଛି କଟକଣା
ପୁନର୍ଲିଖନ ହୁଏ ମନା

 

Leave A Reply

Your email address will not be published.