ଅଜୟ କୁମାର ମହାନ୍ତି
ପ୍ରେମର ରଙ୍ଗ କଣ
ନିଆଁରେ ଚମକୁଥିଵା ସୁନା
ଅଙ୍ଗାର ପରି ସାଧାରଣ
ଆକାଶ ଅନନ୍ଯ ଶ୍ୟାମଳ
ଅରୁଣିମା ଅସ୍ତରାଗର।।
କେମିତି ତାର ଭାଷା
କେଉଁ ଆଦିମ ନୀରବତା
ଇନ୍ଦ୍ରିୟଙ୍କ ଯାଦୁଟୋନା
ଅନ୍ଧମାନଙ୍କ ଲେଖା ବ୍ରେଲି
ଅପହଞ୍ଚ ଛୁଏଁ ଅନଲାଇନ୍।
ପ୍ରେମର କି ଥାଏ
ସ୍ଥାନ କାଳ ପାତ୍ର
ରାସ୍ତାର ଏକେଲା ପଥିକ
ନେଟସଙ୍କୁଚିତ ବିଶ୍ବ
ମୁହୂର୍ତ୍ତମପା ଅସୀମ ଦୂରତ୍ବ।।
ପ୍ରେମ କି ବୁଝେ
ଜାତି ଧର୍ମ ବର୍ଣ୍ଣ
ହାରିଯାଏ ଲଭ ଜିହାଦ
କଣ୍ଟାର ସାଥି ହିଁ ଗୋଲାପ
ସଂସାର ବିବର୍ତ୍ତନ ମତ୍ତ।
ପ୍ରେମ ଗଭୀର ରହସ୍ୟ
ଛାଇ ଆଲୁଅର ରୂପ
ଅଭିଜ୍ଞତା ହାରି ଜିତିବାର।
ସମୟକୁ ପଛକରି ଚାଲେ
ବିବାଦର ମଧୁର ଚରିତ୍ର।।
ପ୍ରେମ ଏକ ଇନ୍ଦ୍ରଧନୁ
କ୍ଷଣକେ ଦିଅଇ ଦେଵତ୍ବ
ସ୍ମୃତି ଏବଂ ସ୍ଵପ୍ନର ସନ୍ତକ।
ସୁଖ ପାଇଁ ଅଶେଷ ପ୍ରୟାସ
ଜୀବନର ମଧୁର ନିର୍ଯ୍ଯାସ।।