ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆମୂଳଚୂଳ ବିଶ୍ଳେଷଣ
ନିମଂତେ ଆଲୋଚକଗଣ
ନୁହଂତି ଯେହେତୁ ଆଗ୍ରହୀ
ପୁସ୍ତକ ଥାଏ ପଡ଼ିରହି
ନ କରି ଗ୍ରଂଥ ଅଧ୍ୟୟନ
ଗଂଥକାରଂକୁ ଦେଲେ ମାନ
ସୁଜ୍ଞାତ ହୁଏ ତାଂକ ମୁଖ
ପୃଷ୍ଠାକୁ ଚରୁଥାଂତି ପୋକ
କବିଂକୁ କରିଦେଲେ ମୂର୍ତି
ରାସ୍ତା କଡ଼ରେ ରହିଥାଂତି
କିଂତୁ ତାଂକର ପଦାବଳି
ସଭିଏଁ ଯାଇଥାଂତି ଭୁଲି
କୃତି ଯେଉଁଠି ଉପେକ୍ଷିତ
ଅଥଚ ବ୍ୟକ୍ତି ସମ୍ମାନିତ
ସେହି ଭାଷାର ହିତାହିତ
କେବେ ହୁଏନି ଆଲୋଚିତ
ଭାଷାରେ ଯାହା ବି ରଚିତ
ସେ ସବୁ ହେଲେ ହେଁ ଗଚ୍ଛିତ
ପଠନାଗାର ତ ନିର୍ଜନ
ହେଉନି ଜ୍ଞାନ ପ୍ରସାରଣ
ଏପରି ସ୍ଥିତି ଶୋଚନୀୟ
ହେଲେ ହେଁ କାହା ମନେ ଭୟ
ଥିବାର ସାମାନ୍ୟ ପ୍ରମାଣ
ଦୁର୍ଲଭ ଏ ଭୂଇଁରେ ଜାଣ
Comments are closed.