ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଇଂଦ୍ରଧନୁର ସାତ ରଂଗ
କରିହୁଏନି ଭାଗ ଭାଗ
ଏକ ଆରେକ ସଂଗେ ମିଶି
ସୌଂଦର୍ଯ ପାରଂତି ପ୍ରକାଶି
ଭାଷା ସହିତ ଭାଷା ଯୋଡ଼ି
ହଟାଇ ଅସ୍ବଚ୍ଛ କୁହୁଡ଼ି
ମନୁ ଭାବନା ଦେଲେ କାଢ଼ି
ଭାଷା ପାରେ ଚଂଚଳ ବଢ଼ି
ଶବ୍ଦର ଆଦାନପ୍ରଦାନ
ଯୋଗୁଁ ବଢ଼ିଲେ ଭାଷାମାନ
ଆଦର ହୁଏନି ଦୁର୍ଲଭ
ଏ ସତ୍ୟ କରୁଁ ଅନୁଭବ
ସ୍ବାନୁଭୂତି ସଂଦେହୋତ୍ତୀର୍ଣ
ହେବା ହିଁ ଉତ୍ତମ ଲକ୍ଷଣ
ତାହାର ସଶ୍ରଦ୍ଧ ପାଳନ
ଆଡ଼କୁ ଦେଉଁ ଏବେ ମନ
ଆମର ସବୁ ଥାଇ ସୁଦ୍ଧା
ଅଜଣା କେଉଁଭଳି ବାଧା
କରେ ଆମକୁ ଉଦାସୀନ
କରିବା ତାହାର ସଂଧାନ
ଜିଜ୍ଞାସା ଅବା କୌତୂହଳ
ନ ଥିଲେ ବୌଦ୍ଧିକ ସଂବଳ
କେବଳ ହେଲେ ବି ସାଇତା
ମିଳେନି କେବେ ନିରାପତ୍ତା
ମତ-ସଂଘର୍ଷ ଯୋଗୁଁ ଭାଷା
ସର୍ବଦା ଭୋଗୁଛି ଦୁର୍ଦଶା
କଥା ଓ କାମ ଯେଣୁ ଭିନ୍ନ
Comments are closed.