Latest Odisha News

BREAKING NEWS

ଭାଷା ଭାଗବତ : ତାଂକର ଅକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଦେଖିନି ରୂପ ମୁଁ ତାଂକର
ଅଥବା ଶୁଣିନାହିଁ ସ୍ବର
ତେବେ ବି ତାଂକର ଅକ୍ଷର
ପଢ଼ିଲେ ଲାଗଇ ନିଜର

ସେ କି ମୋହର ପ୍ରତିନିଧି
ଜାଣିନି ଯେଣୁ ଅଦ୍ୟାବଧି
ବିସ୍ମିତ ହୁଏଁ ତାଂକୁ ପଢ଼ି
ମୋ ମନୋଭାବ ଦେଲେ ଗଢ଼ି

ମଧୁର କବିତା ରୂପରେ
ସଂହତ, ସରଳ ମାପରେ
ମୋ ମନେ କରିଲେ ପ୍ରବେଶ
ସଂଗ୍ରହ କଲେ ଭାବରସ

କିଏ କାହାର ଅନୁସାରୀ
ମୁଁ ଏବେ ପାରୁନାହିଁ ବାରି

Comments are closed.