Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏକ ମୂଖ୍ୟ ଆକର୍ଷଣ ହେଲା ପ୍ରଭୁଙ୍କ ପ୍ରସାଦ। ତାହା ଅନ୍ନ ପ୍ରସାଦ (ମହାପ୍ରସାଦ ) ହେଉ ଅବା ବିଭିନ୍ନ ପିଷ୍ଟକ ଆଦି ସୁମିଷ୍ଟ ଭୋଗ ପଦାର୍ଥ(ଶୁଖିଲି ମହାପ୍ରସାଦ )ହେଉ, ପ୍ରତ୍ୟେକ ମହାପ୍ରସାଦରେ ଥାଏ ଭକ୍ତମାନଙ୍କ ଅପୂର୍ବ ଶ୍ରଦ୍ଧା। ଶ୍ରୀଜୀଉମାନଙ୍କ ଦର୍ଶନ ପରେ ଆନନ୍ଦ ବଜାର ବୁଲି ମହାପ୍ରସାଦ ସେବନ ଅବସା ଶୁଖିଲି ମହାପ୍ରସାଦ କିଣି ସ୍ୱସ୍ଥାନ ଗମନ ଏକ ଧରlବନ୍ଧା ଅଭ୍ୟାସ ସବୁ ଶ୍ରଦ୍ଧାଳୁଙ୍କର । ତେଣୁ ପ୍ରଭୁଙ୍କର ସେହି ନୈବେଦ୍ୟ ଭୋଗ ପ୍ରସାଦର ବିଷଦ ଆଲୋଚନା କରିବା ।

ଶାସ୍ତ୍ରମାନଙ୍କରେ ଶ୍ରୀଜଗନ୍ନାଥ ପରଂବ୍ରହ୍ମ ଓ ଶ୍ରୀମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ବର୍ଣ୍ଣିତ ହୋଇଛି । ଏମିତି ବିଚାର କଲେ ଶ୍ରୀଜଗନ୍ନାଥଙ୍କ ପ୍ରତିଭୂ ବା ପ୍ରତିରୂପ ହେଉଛନ୍ତି ଶ୍ରୀମହାପ୍ରସଦ, ନିର୍ମାଲ୍ୟ ଓ କୈବଲ୍ୟ। ଏହାର ପ୍ରକୃତ କାରଣ ହେଲା ଏହି ମହାପ୍ରସାଦ ସ୍ୱୟଂ ମା ଲଷ୍ମୀଙ୍କ ଦ୍ୱାରା ରନ୍ଧନ ହୁଏ ଓ ଏହାକୁ ସ୍ୱୟଂ ଜନାର୍ଦ୍ଦନ ଭୁଞ୍ଜନ୍ତି। ପ୍ରାୟ ପଚିଶରୁ ଉର୍ଦ୍ଧ୍ବ ପୁରାଣ, ଉପପୁରାଣ ଓ ତନ୍ତ୍ର ଶାସ୍ତ୍ର ରେ ଏହି ମହାପ୍ରସାଦର ମହାତ୍ମ୍ୟ ବର୍ଣ୍ଣିତ ହୋଇଛି। ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ମହାପ୍ରସାଦ ସମ୍ପର୍କରେ ଉଲ୍ଲେଖ ଅଛି “ଯଚ୍ଚlନ୍ନ ପଚତେ ଲଷ୍ମୀ ଭ୍ରୋକ୍ତା ଚ ପୁରୁଷୋତମଃ, ତତୁ ଯତ୍ନେନ ଭୋକ୍ତବ୍ୟଂ ନାତ୍ର କାର୍ଯ୍ୟା ବିଚାରଣା ।” ଅର୍ଥାତ ଯେଉଁ ଅନ୍ନ ସ୍ୱୟଂ ମହାଲଷ୍ମୀ ରନ୍ଧନ କରନ୍ତି ଓ ଯାହାକୁ ସ୍ୱୟଂ ଭଗବାନ ବିଷ୍ଣୁ (ଶ୍ରୀଜଗନ୍ନାଥ ) ଭୋଜନ କରିଥାନ୍ତି। କୌଣସି କାଳ ବିଚାର ନରଖି ଅତ୍ୟନ୍ତ ଆଗ୍ରହ ସହ ସେହି ମହାପ୍ରସାଦଙ୍କୁ ଭୋଜନ କରିବା ବିଧେୟ। ଆଗାମୀ ଅଧ୍ୟାୟମାନଙ୍କରେ ଏହି ମହାପ୍ରସାଦର ଗୁଣ ଓ ମାହାତ୍ମ୍ୟ ବର୍ଣ୍ଣନା ସହ ବିଭିନ୍ନ ଭୋଗ ପ୍ରସାଦର ସମ୍ପୂର୍ଣ ବିବରଣୀ ଆଲୋଚନା କରିବା।

ସବୁଠାରୁ ବଡ଼ କଥା ହେଲା ଜଗତ ଯାକ ସମସ୍ତ ମନ୍ଦିରରେ ଅର୍ପିତ ଭୋଗ କେବଳ ପ୍ରସାଦ ବୋଲାଉ ଥିବା ବେଳେ ଶ୍ରୀଜଗନ୍ନାଥ ଙ୍କ ଭୋଗ କାହିଁକି ମହାପ୍ରସାଦ ହୋଇଛି ତାର ପ୍ରକୃତ କାରଣ ଆଲୋଚନା କରିବା। କିନ୍ତୁ ବର୍ତ୍ତମାନ ଆମର ମୂଖ୍ୟ କର୍ମ ହେଲା ସବୁଦିନ ପରି ଆରାଧନା ଓ ଭାଗବତ ପଠନ। “ଓଁ ନମୋ ଭଗବତେ ବାସୁଦେବାୟ “ଜପ ସହ ପଢିବା

ନିର୍ମଳ ବିଷ୍ଣୁର ଚରିତ
କୃଷ୍ଣ ବିଷୟ ଭାଗବତ ।
ସୁଜନ ଜନଙ୍କର ହିତ
କହଇ ଦାସ ଜଗନ୍ନାଥ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.