Latest Odisha News

BREAKING NEWS

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବନେଶ୍ୱର : ପ୍ରତି ମାସରେ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣାକେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ‘ଓଡ଼ିଶୀ ଆସର’ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଗବେଷଣା କେନ୍ଦ୍ରରେ ଶିକ୍ଷାରତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉଭୟ ଏକକ ଓ ଦ୍ୱେତ ନୃତ୍ୟ ପରିବେଷିତ ହୋଇଥିଲା ।

BjdElectrycity

ଏହି ଆସରରେ ସୁନିତାରାଣୀ ବିଶ୍ୱାଳ ଏକକ ସଙ୍ଗୀତ ‘ଆଜ ଏ କି ଗୁମାନରେ’, ନିଳୀମା ପ୍ରଧାନ ଏବଂ ସ୍ମୃତିରେଖା ପ୍ରତିହାରୀ- ‘କହିବୁ ଯାଇ ଶ୍ୟାମବନ୍ଧୁଙ୍କୁ ମନ ମଜାଇ’, ଅର୍ପିତା ସାହୁ ଏବଂ କବିତା ନାୟକ – ‘ଘେନାଇ ଆମ୍ଭେ ଯେତେ’ ଦ୍ୱେତ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଆସରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଆସରକୁ ପ୍ରଶାସନିକ ଅଧିକାରିଣୀ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ।

Leave A Reply

Your email address will not be published.