Latest Odisha News

BREAKING NEWS

ବୋଟ୍ ଟ୍ରାଜେଡି: ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ ଉଦ୍ଧାର

କଟକ: ଅପରେସନ୍ ଗଜରାଜ ବେଳେ ବୋଡ୍ ଦୁର୍ଘଟଣାରେ ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ ମିଳିଛି । ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତଦେହ ଧବଳେଶଶ୍ୱର ନିକଟରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ସୀତାରାମ ମୁର୍ମୁ । ଗତକାଲିଠାରୁ ସେ ନିଖୋଜ ଥିଲେ । ଗତକାଲି ବହୁ ରାତି ଯାଏ ଚାଲିଥିଲା ସର୍ଚ୍ଚ ଅପରେସନ୍ । ତେବେ ସୀତାରାମଙ୍କର କୌଣସି ପତ୍ତା ମିଳି ନଥିଲା ।

ଆଜି ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଏତିକିବେଳେ ଧବଳେଶ୍ୱର ନିକଟରୁ ମହାନଦୀରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ମୁଣ୍ଡୁଳି ବ୍ୟାରେଜରେ ମହାନଦୀ ପାଣିରେ ଫସିଥିବା ହାତୀକୁ ଘଉଡ଼ାଇବା ପାଇଁ ଓଡ୍ରାଫ୍ ଟିମ୍ ଯାଇଥିଲା । ସେମାନଙ୍କ ସହ ଯାଇଥିଲେ ୨ ଜଣ ଗଣମାଧ୍ୟମ ପ୍ରତିନିଧି । ଏତିକିବେଳେ ହଠାତ ପାଣି ସୁଅରେ ଭାସି ଯାଇଥିଲା ବୋଟ୍ ।

ବୋଟ୍ ଓଲଟି ପଡ଼ିବାରୁ ଏଥିରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା । ଆଉ ୫ ଜଣଙ୍କୁ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଛି । ୩ ଗୁରୁତର ଆଇସିୟୁରେ ଥିବା ବେଳେ ଆଉ ୨ ଜଣ ସୁସ୍ଥ ହେଉଛନ୍ତି । ନିଖୋଜ ଥିଲେ ସୀତାରାମ ମୁର୍ମୁ ।

Leave A Reply

Your email address will not be published.