Latest Odisha News

BREAKING NEWS

ଅଲବିଦା ଅରିନ୍ଦମ: ଜନ୍ମମାଟିରେ ହେଲା ଶେଷକୃତ୍ୟ

କେନ୍ଦୁଝର: ପଞ୍ଚଭୂତରେ ଲୀନ ହୋଇଛି ଯୁବ ସାମ୍ବାଦିକ ଅରିନ୍ଦର ଦାସଙ୍କ ପାର୍ଥିବ ଶରୀର । ପୈତୃକ ଗାଁ କେନ୍ଦୁଝର ଜିଲ୍ଲାର ରାଇକଳାରେ ବୈତରଣୀ ନଦୀକୂଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅରିନ୍ଦମଙ୍କ କକା ପୁଅ ଭାଇ ମୁଖାଗ୍ନି ଦେଇଥିଲେ । ଅରିନ୍ଦମଙ୍କୁ ହରାଇ ତାଙ୍କ ଗାଁରେ ଶୋକାକୂଳ ପରିବେଶ । ଅନ୍ତିମ ସଂସ୍କାର ବେଳେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ଉପସ୍ଥିତ ଥିଲେ ।

ଅରିନ୍ଦମଙ୍କୁ ଝୁରୁଛନ୍ତି ପରିବାର ଲୋକ । ସାହାସୀ ପୁଅକୁ ହରାଇ କାନ୍ଦୁଛି ଗାଁ । ତାଙ୍କ ବିୟୋଗରେ ଓଡ଼ିଶା ଗଣମାଧ୍ୟମ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି । କେହି ବିଶ୍ୱାସ କରି ପାରୁ ନାହାନ୍ତି ଯେ ଅରିନ୍ଦମ ଆଉ ନାହାନ୍ତି ।

ଗତକାଲି ମହାନଦୀରେ ଅପରେସନ୍ ଗଜରାଜ ଲାଇଭ୍ ରିପୋର୍ଟିଂ କରିବେ ବେଳେ ବୋଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଅରିନ୍ଦମ ଦାସ । ମାତ୍ର ୩୯ ବର୍ଷ ବୟସରେ ଆକସ୍ମିକ ଦୁର୍ଘଟଣା ତାଙ୍କ ଜୀବନ ନେଇଗଲା ।

Leave A Reply

Your email address will not be published.