Latest Odisha News

BREAKING NEWS

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ସିଂହଦ୍ୱାରରେ ପହଞ୍ଚିବା ପରେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ସ୍ୱାଗତ କରିଥିଲେ। ପାରମ୍ପରିକ ବେଶ ପୋଷାକରେ ଥିବା ପ୍ରଧାନ ବିଚାରପତି ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ପ୍ରାୟ ୪୫ ମିନିଟ ଶ୍ରୀମନ୍ଦିରରେ ବିତାଇଥିଲେ ପ୍ରଧାନ ବିଚାରପତି । ଏଥିସହ ବିମଳା, ଲକ୍ଷ୍ମୀ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ । ସାଙ୍ଗରେ ଥିଲେ ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ତା ରଜତ ପ୍ରତିହାରୀ । ଶ୍ରୀମନ୍ଦିର ବିଭିନ୍ନ ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ ପ୍ରଧାନ ବିଚାରପତି ।

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ହେରିଡେଜ କରିଡର କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ପ୍ରଶାସକ ତାଙ୍କୁ ଅବଗତ କରାଇଥିଲେ । ଗତକାଲି ସନ୍ଧ୍ୟାରେ ମଧ୍ୟ ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବନ୍ଦ ସତ୍ତ୍ୱେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଥିଲେ । ମୁଖ୍ୟ ବିଚାରପତିଙ୍କ ଆଜିର ଦର୍ଶନ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର, ପୁରୀ ଜିଲ୍ଲା ଜଜ୍, ଏଏସଆଇର ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।

ଏହାପରେ କଟକ ଗସ୍ତରେ ଆସି ଦିନ ୧୧ଟାରେ ନବ ନିର୍ମିତ ଆଇନ ସେବା ଭବନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ହାଇକୋର୍ଟର ଡିଜିଟାଲାଇଜେସନ୍ ସେଣ୍ଟର, ରେକର୍ଡ ରୁମ ଡିଜିଟାଇଲେସନ ସେଣ୍ଚର ଏବଂ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିଭ୍ରମଣ କରିବେ ପ୍ରଧାନ ବିଚାରପତି । ଏହି ଅବସରରେ ହାଇକୋର୍ଟ ନୂଆ ବିଲଡିଂର ତଳ ମହଲାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବେ ।

Leave A Reply

Your email address will not be published.