Latest Odisha News

BREAKING NEWS

ଅଭିଭାଷଣରେ ଦେଶବାସୀଙ୍କୁ ବାରମ୍ବାର ‘ପରିବାରଜନ’ ବୋଲି କହି ସମ୍ବୋଧିତ କରିଥିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରି ‘ପରିବାର ସଦସ୍ୟ’  ଶବ୍ଦର ବ୍ୟବହାର ବାରମ୍ବାର କରିଥିଲେ। ଆଜି ୭୭ ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍ କିଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ପୂର୍ବରୁ ଥିବା ପ୍ରଧାନମନ୍ତ୍ରୀମାନେ  ସାଧାରଣତଃ” ମୋର ପ୍ରିୟ ଦେଶବାସୀ ‘କହି ଲାଲ୍ କିଲାରେ ସାରା ଦେଶର ଲୋକଙ୍କୁ ସମ୍ବୋଧିତ କରୁଥିଲେ। ତେବେ ଏଥର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ ଅନେକ ଥର ‘ମୋର ପ୍ରିୟ ପରିବାର ସଦସ୍ୟ’ ଏବଂ ‘ମୋର ପ୍ରିୟ ଦେଶବାସୀ’ ବୋଲି କହିଛନ୍ତି।

ତାଙ୍କ ସମ୍ବୋଧନ ଆରମ୍ଭରେ ସେ କହିଥିଲେ ଯେ “ଏତେ ବଡ ଦେଶ, ୧୪୦ କୋଟି ଭାଇ, ଭଉଣୀ ଓ ମୋ ପରିବାରର ସଦସ୍ୟମାନେ ।  ଆଜି ଆମେ ସମସ୍ତେ ମିଶି ସ୍ୱାଧୀନତାର ପର୍ବ ପାଳନ କରୁଛନ୍ତି। ଏହି ମହାନ ମହୋତ୍ସବରେ ମୁଁ ଦେଶର କୋଟି କୋଟି ଲୋକଙ୍କୁ, ଭାରତକୁ ଭଲପାଉଥିବା ଏବଂ ଭାରତକୁ ସମ୍ମାନ କରୁଥିବା ଲୋକଙ୍କ ପାଇଁ ଅନେକ ଶୁଭେଚ୍ଛା ଜଣାଉଛି। ଏଥିସହ ଭାରତକୁ ମୁକ୍ତ କରିଥିବା ସ୍ବାଧୀନତା ସଂଗ୍ରାମର ଶହୀଦ ତଥା ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଥିଲେ ମୋଦୀ।

ଦେଶବାସୀଙ୍କୁ ସମ୍ବୋଧିତ କରି ନରେନ୍ଦ୍ର ମୋଦୀ କହିଛନ୍ତି ଯେ ହଜିଯାଇଥିବା ଐତିହ୍ୟ, ସମୃଦ୍ଧିକୁ ପୁନରୁଦ୍ଧାର କରିବା ଏବଂ ଆଗାମୀ ଏକ ହଜାର ବର୍ଷ ପାଇଁ ଦିଗ ନିର୍ଦ୍ଧାରଣ କରିବା  । ଦ୍ୱନ୍ଦ୍ୱରେ ବଞ୍ଚିବାର ନାହିଁ।

ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ ୪୮ଥର ପରିବାର ଜନ, ୪୩ ଥର ସାମର୍ଥ୍ୟର ବ୍ୟବହାର କରିଥିଲେ । ସେହିପରି ମହିଳା ଓ ନାରୀ ଶବ୍ଦର ବ୍ୟବହାର ୩୫ ଥର କରିଥିଲେ ।  ସେହିପରି ସଙ୍କଳ୍ପ ଶବ୍ଦ ୧୯ ଥର, ଆଜାଦି ଶବ୍ଦ ୧୬ ଥର ଉଚ୍ଚାରଣ କରିଥିଲେ । ଏହାବ୍ୟତୀତ ଯୁବକଙ୍କ କଥା ୧୨ ଥର କହିଥିଲେ । ସେହିପରି ୫ ଥର ସାମାଜିକ ନ୍ୟାୟ କଥା କହିଥିଲେ

ଲାଲ କିଲ୍ଲା ପ୍ରାଚୀରରୁ ମୋଦି ୧୦ମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ୯୦ ମିନିଟର ଭାଷଣରେ ମୋଦି ୧୨ଥର ପରିବାର ବାଦ, ୧୧ଥର ଭ୍ରଷ୍ଟାଚାର, ୮ ଥର ତୁଷ୍ଟିକରଣ ପ୍ରସଙ୍ଗ ଉଠାଇଥିଲେ ।ତେବେ ତାଙ୍କ ଭାଷଣରେ ମୋଦି ଜନତାଙ୍କୁ ତିନୋଟି ଖରାପ ଅଭ୍ୟାସଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ ।

ସେହିପରି କରୋନାକୁ ନେଇ ମୋଦୀ କହିଛନ୍ତି, ୨ ଶହ କୋଟି ଦେଶବାସୀଙ୍କୁ ଟିକା ଦେଇ ଦକ୍ଷତା ଦେଖାଇଛି ଭାରତ । କରୋନା ପରେ ଭାରତ ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି ଓ ବିଶ୍ୱବାସୀଙ୍କୁ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଦେଖାଉଛି। ଭାରତ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟ କରି ଚାଲିଛି । ଦେଶରେ କଳାବଜାରୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ ଜାରି ଥିଲା, ଜାରି ରହିଛି ଏବଂ ଆଗକୁ ଜାରି ରହିବ ବୋଲି ପ୍ରତିଶୃତି ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ।

ଦେଶରେ ପରିବର୍ତ୍ତନର ସମୟ ଅତି କ୍ଷିପ୍ର ବେଗରେ ଗତି କରୁଛି ଓ ଆଗାମୀ ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର କରିବା ସଂକଳ୍ପ ନେବାକୁ କହିଲେ ମୋଦୀ। ସେହିପରି ଚନ୍ଦ୍ରଯାନରେ ମହିଳା ବୈଜ୍ଞାନକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କଥା କହିଲେ ମୋଦୀ। ମଣିପୁର ଦଙ୍ଗା, ଦେଶରେ ଶାନ୍ତି, ଦେଶରେ ଉନ୍ନତି ଓ ଗରିବୀ ଦୂରୀକରଣ ଏମିତି ଅନେକ କିଛି କଥା ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ।

Comments are closed.