Latest Odisha News

BREAKING NEWS

ଭାରତର ଏହି ସବୁ ଟେକ ଆବିଷ୍କାରକୁ ବିଶ୍ୱ ବି ମାନୁଛି

ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଭାରତର ଦ୍ରୁତ ବିକାଶ ହେବାରେ ଲାଗିଛି । ବିଭିନ୍ନ କ୍ଷେତ୍ରରେ ଭାରତୀୟମାନେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିଛନ୍ତି । ବିଶ୍ୱଗୁରୁ ଦୌଡରେ ଭାରତ ଆଗେଇ ଚାଲିଛି । ସ୍ୱାଧୀନତା ଦିବସ ଅବସରରେ ଆସନ୍ତୁ ଜାଣିବା ଏପରି କେତେକ ଟେକ ଆବିଷ୍କାର ଯାହାକି ଭାରତର ମାନ ବଢ଼ାଇଛି ।
ୟୁଏସବି: ମୋବାଇଲ, ଲ୍ୟାପଟପ ଓ କମ୍ପ୍ୟୁଟର ବ୍ୟବହାରଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୟୁଏସବି । ଏହା ବିନା କାମ ସମ୍ପୂର୍ଣ୍ଣ ହୋଇ ନ ଥାଏ । ଅଜୟ ବି ଭଟ୍ଟ ନାମକ ଭାରତୀୟ ୟୁଏସବି ବାହାର କରିଥିଲେ । ଏକ ଭାରତୀୟ-ଆମେରିକୀୟ କମ୍ପାନରରେ କାର୍ଯ୍ୟରତ ଭଟ୍ଟଙ୍କ ଏହି ଟେକ ଆବିଷ୍କାର ସାରା ବିଶ୍ୱ ବ୍ୟବହାର କରୁଛି ।

ୱାୟରଲେସ ଟେକନିକ: ୱାୟରଲେସ ଟେକନିକ ବିଶେଷ କରି ସଂଚାର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇପଡିଛି । ୧୮୯୫ରେ ରେଡିଓ ତରଙ୍ଗ ମାଧ୍ୟମରେ ସାର ଜଗଦୀଶ ଚନ୍ଦ୍ର ବୋଷ ଏହାକୁ ଆବିଷ୍କାର କରିଥିଲେ ।
ୟୁପିଆଇ: ଇନଷ୍ଟାଂଟ ଅନ ଲାଇନ ମନି ଟ୍ରାନ୍ସଫରରେ ଭାରତର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ୟୁପିଆଇକୁ ନ୍ୟାଶନାଲ ପେମେଂଟ କର୍ପୋରେଶନ ଅଫ ଇଣ୍ଡିଆ ତରଫରୁ ବିକଶିତ କରାଯାଇଥିଲା । ଯାହାକି ସାରା ବିଶ୍ୱ ଦ୍ରୁତ ଅର୍ଥ ନେଣ ଦେଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।
ଅଫଟିକାଲ ଫାଇବର: ଇଂଟରନେଟ ସଂଯୋଗୀକରଣ ପାଇଁ ଅପଟିକାଲ ଫାଇବରର ଆବଶ୍ୟକତା ରହିଛି । ଏହି ଅପଟିକାଲ ଫାଇବରକୁ ଭାରତର ନରିନ୍ଦର ସିଂ କମ୍ପାନୀ ବାହାର କରିଥିଲେ । ଏହି ଭୌତିକ ବୈଜ୍ଞାନିକଙ୍କୁ ଅପଟିକାଲ ଫାଇବରର ଜନକ କୁହାଯାଏ । ଏହା ବ୍ୟତୀତ ଅନେକ ଏ ଭଳି ଟେକ ଆବିଷ୍କାର ଅଛି ଯାହା ଭାରତ ବିଶ୍ୱକୁ ଦେଇଛି । ତେବେ ଉପରୋକ୍ତ ଆବିଷ୍କାର ଦୈନନ୍ଦିନ ଜୀବନରେ କାମରେ ଲାଗୁ ଥିବାରୁ ସେ ସମ୍ପର୍କରେ ଉଲ୍ଲେଖ କରାଗଲା ।

Leave A Reply

Your email address will not be published.