ଚୀନ: ସରକାରୀ ହେଉ ବା ବେସରକାରୀ ଅଫିସରେ କର୍ମଚାରୀମାନଙ୍କୁ କିଛି ଦିନ ଛୁଟି ମିଳିଥାଏ । ଶରୀର ଅସୁସ୍ଥ ହେଉ ବା କୌଣସି ବ୍ୟକ୍ତିଗତ କାମ ପାଇଁ କର୍ମଚାରୀମାନେ ଛୁଟି ନେଇଥାନ୍ତି । କିନ୍ତୁ ଚୀନ୍ର ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇଛି । ତାଙ୍କୁ କମ୍ପାନୀ ପକ୍ଷରୁ ବର୍ଷକ ପାଇଁ ଛୁଟି ମିଳିଛି ତାହା ପୁଣି ପୁରା ଦରମା ସହିତ । କାରଣ କ’ଣ ଜାଣନ୍ତୁ ।
ଚୀନ୍ର ଗୁଆଙ୍ଗଡୋଙ୍ଗ୍ ଅଞ୍ଚଳରେ ଥିବା ଏକ କମ୍ପାନୀର ବାର୍ଷିକ ଉତ୍ସବରେ ଲଟେରୀର ଆୟୋଜନ କରାଯାଇଥିଲା । ଏଥିରେ ଅନେକ ପ୍ରକାରର ଉପହାର ରଖାଯାଇଥିଲା, ଯେଉଁଥିରେ ଏକ ବର୍ଷ ପାଇଁ ପେଡ଼୍ ଲିଭ୍ ମଧ୍ୟ ଥିଲା । ଏଥିରେ କମ୍ପାନୀର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ । ଅନେକ କର୍ମଚାରୀ ଭିନ୍ନ ଭିନ୍ନ ପୁରସ୍କାର ଜିତିଥିବା ବେଳେ ଏହି ଚର୍ଚ୍ଚିତ କର୍ମଚାରୀ ଜଣକ ପେଡ଼୍ ଲିଭ୍ ପୁରସ୍କାର ଜିତିଥିଲେ । ଯେତେବେଳେ ସେ ଭାଗ୍ୟଶାଳୀ ଡ୍ର ପୁରସ୍କାର ବିଷୟରେ ଜାଣିବାକୁ ପାଇଲେ, ସେ ପ୍ରଥମେ ଏହାକୁ ବିଶ୍ୱାସ କଲେ ନାହିଁ । ଏବେ ଏହାର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଫଟୋରେ ସେ ଏକ ବଡ ଚେକ୍ ଧରିଥିବାର ନଜର ଆସିଛନ୍ତି, ଯେଉଁଥିରେ ଲେଖା ଅଛି – ୩୬୫ ଦିନର ପେଡ଼ ଲିଭ୍ । କମ୍ପାନୀର ମାଲିକ ମଧ୍ୟ ଏହାକୁ ଆରମ୍ଭରେ ବିଶ୍ୱାସ କରିପାରି ନ ଥିଲେ । କିନ୍ତୁ ପରେ ଯେତେବେଳେ ବାସ୍ତବତା ସାମ୍ନାକୁ ଆସିଲା, ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । କମ୍ପାନୀ ସେହି କର୍ମଚାରୀଙ୍କ ସହ ବଝାମଣା କରିବ । ଯଦି ସେ ଚାହିଁବେ, ଅଫିସରେ ଆସି ନିୟମିତ କାମ କରିପାରିବେ କିମ୍ବା ବର୍ଷକର ଛୁଟି ସହ ଦରମା ବି ନେଇପାରିବେ ।
Comments are closed.