Latest Odisha News

ଛୁଟି କାଟିବାକୁ ଏକାଠି ଗଲେ ଜାହ୍ନବୀ,ଶିଖର

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶିଖର ପହାଡିଆଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଉଭୟ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତିି । ରବିବାର ସକାଳେ ଜାହ୍ନବୀ ଓ ଶିଖରଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି । ସେମାନେ ଛୁଟି କାଟିବାକୁ ବିଦେଶ ଯାଉଥିବା ଜଣାଯାଇଛି । ଏହି ସମୟରେ ଜାହ୍ନବୀ ଏକ ଓଭରସାଇଜ୍ ବ୍ଲେଜର ସୁଟ୍ ପିନ୍ଧିଥିବା ବେଳେ ଶିଖରଙ୍କୁ କାଜୁଆଲ ଲୁକ୍‌ରେ ଦେଖିବାକୁ ମିଳଛି । ଏଥିରେ ଉଭୟ ଖୁବ୍ ସୁନ୍ଦର ଲାଗୁଥିଲେ ।

BjdElectrycity

ଗତ ସପ୍ତାହରେ ଶିଖରଙ୍କ ଜନ୍ମ ଦିନ ଥିବାରୁ ଉଭୟ ତିରୁପତି ବାଲାଜୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ, ଯାହା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ଦୁହେଁ କିଛି ସମୟ ପାଇଁ ବିରତି ନେଇଥିଲେ । ୨୦୨୨ ଡିସେମ୍ବରରେ ଦୁହେଁ ପୁଣି ଥରେ ଏକାଠି ହୋଇଛନ୍ତି । ନିକଟରେ ଶିଖର,ଜାହ୍ନବୀ , ତାଙ୍କ ଭଉଣୀ ଖୁସି କପୁର ଏବଂ ବୋନି କପୁରଙ୍କ ସହ ଏକ ପାର୍ଟି କରିଥିଲେ । ଏଥିସହ ଉଭୟଙ୍କୁ ବୋନି କପୁରଙ୍କ ସହ ଏକ ଇଭେଣ୍ଟର ଉଦଘାଟନୀ ଉତ୍ସବରେ ମଧ୍ୟ ଦେଖିବାକୁ ମିଳିଥିଲା । ଶେଖର ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ।

 

Leave A Reply

Your email address will not be published.