Latest Odisha News

BREAKING NEWS

ହୋଲିରେ ଛୁଟି ନେଇପାରିବେନି ସରକାରୀ ଅଧିକାରୀ

ଭଦ୍ରକ: ଆଇନ ଶୃଙ୍ଖଳା ତଥା କୌଣସି ଅପ୍ରିତିକର ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଦୋଳ ଏବଂ ହୋଲି ପର୍ବ ପାଇଁ ଅଧିକାରୀଙ୍କ ଛୁଟି ବାତିଲ କରିଛି।

ଜିଲ୍ଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଏହି ପର୍ବରେ ମୁଖ୍ୟାଳୟରେ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ କଲେକ୍ଟର, ସବ-କଲେକ୍ଟର, ତହସିଲଦାର ଏବଂ ବିଡିଓଙ୍କ ସମେତ ଅଧିକାରୀମାନଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ମାର୍ଚ୍ଚ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ କୌଣସି ଛୁଟି ମିଳିବ ନାହିଁ ବୋଲି କୁହାଯାଇଛି।

 

Comments are closed.