ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଆରମ୍ଭ ହେବା ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ହ୍ୟାରୀ ବ୍ରୁକ ଏଥିରୁ ଓହରି ଯାଇଥିଲେ । ଇଂଲଣ୍ଡର ଏହି ୨୬ ବର୍ଷୀୟ ଖେଳାଳି ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଏହି ନିଷ୍ପତି ନେଇଥିଲେ । ଦେଶ ପକ୍ଷରୁ ଖେଳିବାକୁ ପ୍ରାଥମିକତା ଦେଇ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଆଇପିଏଲର ନୂତନ ନିୟମ ଯୋଗୁ ବ୍ରୁକଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି । ନିୟମ ଅନୁସାରେ ଯଦି କୌଣସି ବିଦେଶୀ ଖେଳାଳି ନିଲାମରେ କିଣାଯିବା ପରେ ହଠାତ ଓହରି ଯାଆନ୍ତି ତେବେ ୨ ବର୍ଷ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ କରାଯିବ । ଆଘାତ ସମସ୍ୟା କିମ୍ବା ଅନଫିଟ ଥିଲେ ଏହି ଦଣ୍ଡ ଲାଗୁ କରାଯିବନି ।
ଗତ ସଂସ୍କରଣରେ ମଧ୍ୟ ବ୍ରୁକ ଜେଜେମାଆଙ୍କ ନିଧନ ଯୋଗୁ ଆଇପିଏଲରୁ ଓହରି ଯାଇଥିଲେ । ବ୍ରୁକ ତାଙ୍କର ଏହି ନିଷ୍ପତି ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଏବେ ୨ ବର୍ଷ ପାଇଁ ଆଇପିଏଲ ନିଲାମୀ ପାଇଁ ନାମ ପଂଜୀକରଣ କରିପାରିବେ ନାହିଁ ।
Comments are closed.