Latest Odisha News

BREAKING NEWS

‘ନବୀନଙ୍କ ଦୃରଦୃଷ୍ଟିକୁ ରୂପାନ୍ତରଣ କରୁଛନ୍ତି ପାଣ୍ଡିଆନ୍, ଯାହା ପୁଅ କରିପାରିବନି ତାହା ଶିଷ୍ୟ କରୁଛି’

ଯାଜପୁର: ଆଇଏଏସ ଚାକିରିରୁ ଭିଆରଏସ ନେବା ପରେ ଏବେର 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଜେଡ଼ିରେ କେବେ ଯୋଗ ଦେବେ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ପରେ ଦୁଇ ନମ୍ବର ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଯେଉଁଭଳି ଭାବେ ତାଙ୍କୁ ପ୍ରଶଂସା କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି।

BjdElectrycity

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ ପ୍ରକାଶ କହିଛନ୍ତି, ପାଣ୍ଡିଆନ ଜଣେ ଭଲ ଶିଷ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ନେଇ ଯେଉଁ ଦୃୂରଦୃଷ୍ଟି ରଖିଛନ୍ତି ତାହାକୁ ପାଣ୍ଡିଆନ ହିଁ ସଠିକ ଭାବେ ରୂପାନ୍ତରିତ କରୁଛନ୍ତି। ତେଣୁ ସେ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛନ୍ତି ବୋଲି କୁହାଯାଉଛି।

ପାଣ୍ଡିଆନ ଆଇଏଏସ ଚାକିରିରୁ ଅବସର ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବାକୁ ଲମ୍ବା ଧାଡି ଲାଗିବା ଆଉ ଏବେ ଦଳର ଦୁଇ ନମ୍ବର ନେତା ପାଣ୍ଡିଆନଙ୍କୁ ଉଚ୍ଛସ୍ୱିତ ପ୍ରଶଂସା କରିବା ଅନେକ କିଛି ବାର୍ତ୍ତା ଦେଉଛି।

ତେବେ ଏଭଳି ପ୍ରଶଂସାକୁ ନେଇ ଯାଜପୁର ବିଜେପି ସଭାପତି ସୁଦୀପ୍ତ ପଣ୍ଡା କହିଛନ୍ତି, ବିଜେଡିରେ ନବୀନ ପଟ୍ଟନାୟକଙ୍କ ପରେ ପାଣ୍ଡିଆନ ହେଉଛନ୍ତି ଦ୍ୱିତୀୟ ନେତା। ଅତୀତରେ ଯେଉଁମାନେ ପାଣ୍ଡିଆନଙ୍କୁ ବିରୋଧ କରୁଥିଲେ ସେମାନଙ୍କୁ ଏବେ ବିଜେଡି ନେତାମାନେ ଘରଦ୍ୱାର ବନ୍ଦ କରି ଦେଇଛନ୍ତି। ଯଦି ଆପଣଙ୍କୁ ରାଜନୈତିକ ଭାବେ ବଞ୍ଚିବାକୁ ହେବ, ତେବେ ବିଜେଡି ନେତାମାନଙ୍କୁ ପାଣ୍ଡିଆନଙ୍କ ଗୁଣଗାନ କରିବାକୁ ପଡ଼ିବ।

ଉଲ୍ସଖଯୋଗ୍ୟ, ଅକ୍ଟୋବର ମାସରେ ପାଣ୍ଡିଆନ ଭିଆରଏସ ନେବା ପରେ ରାଜ୍ୟ ସରକାର ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦେବା ସହିତ 5ଟିର ଅଧ୍ୟକ୍ଷ କରାଇଛନ୍ତି।

Leave A Reply

Your email address will not be published.