Latest Odisha News

BREAKING NEWS

ମାଲକାନଗିରିରେ ୯୭ ଟପିଲା ଡିଜେଲ, ଶହେ ମୁହାଁ ପେଟ୍ରୋଲ୍

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ପୁଣି ବଢ଼ିଛି । ଚଳିତ ମାସରେ ୧୪ ଥର ପାଇଁ ବଢ଼ିଛି ତୈଳଦର । ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୪ ପଇସା ଓ ଡିଜେଲ୍ ୨୯ ପଇସା ବଢ଼ିଛି । ରାଜ୍ୟର ୭ଟି ଜିଲ୍ଲାରେ ଡିଜେଲ୍ ଦର ୯୪ ଟଙ୍କା ଉପରେ ରହିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ଦର ଲିଟର ପିଛା ୯୭ ଟଙ୍କାର ୯ ପଇସା ରହିଛି ।

ସେହିଭଳି କୋରାପୁଟ ଓ ନବରଙ୍ଗପୁରରେ ଡିଜେଲ ଲିଟର ପିଛା ୯୬ ଟଙ୍କା ୨୫ ପଇସା ବିକ୍ରି ହେଉଥିବା ବେଳେ କଳାହାଣ୍ଡିରେ ୯୫ ଟଙ୍କା ୮ ପଇସା, ରାୟଗଡ଼ାରେ ୯୪ ଟଙ୍କା ୮୦ ପଇସା, ନୂଆପଡ଼ାରେ ୯୪ ଟଙ୍କା ୭୭ ପଇସା, ଗଜପତିରେ ୯୪ ଟଙ୍କା ୩୫ ପଇସା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ୍ ଲିଟର ପିଛା ୯୨ ଟଙ୍କା ୨ ପଇସା ଥିବାବେଳେ କଟକରେ ଲିଟର ପିଛା ୯୨ ଟଙ୍କା ୫୨ ପଇସାରେ ବିକ୍ରି ହେଉଛି ।

ଡିଜେଲ୍ ଭଳି ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ୍ ଦର ରାଜ୍ୟରେ ସବୁଠୁ ଅଧିକ ରହିଛି । ମାଲକାନଗିରିରେ ଶହେ ଟଙ୍କା ପାଖାପାଖି ରହିଛି ପେଟ୍ରୋଲ ଦର୍ । ଲିଟର ପିଛା ପେଟ୍ରୋଲ୍ ୯୯ ଟଙ୍କା ୪୭ ପଇସାରେ ବିକ୍ରି ହେଉଛି । ମାଲକାନଗିରି ପରେ ରାଜ୍ୟରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପେଟ୍ରୋଲର ସର୍ବାଧିକ ଦର ଲିଟର ପିଛା ୯୮ ଟଙ୍କା ୫୯ ପଇସା ରହିଛି । ସେହିଭଳି କଳାହାଣ୍ଡିରେ ପେଟ୍ରୋଲ ଲିଟର ୯୭ ଟଙ୍କା ୩୭ ପଇସା, ରାୟଗଡ଼ାରେ ୯୭ ଟଙ୍କା ୧୧ ପଇସା, ନୂଆପଡ଼ାରେ ୯୭ ଟଙ୍କା ୧୧ ପଇସାରେ ବିକ୍ରି ହେଉଛି ।

ରାଜ୍ୟର କୌଣସି ଜିଲ୍ଲାରେ ବି ପେଟ୍ରୋଲ୍ ଦର ୯୩ ଟଙ୍କା ତଳେ ନାହିଁ । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପିଛା ୯୪ ଟଙ୍କା ୨୨ ପଇସା ରହିଥିବା ବେଳେ କଟକରେ ୯୪ ଟଙ୍କା ୭୪ ପଇସା ରହିଛି ।

Leave A Reply

Your email address will not be published.