Latest Odisha News

ଆଜିଠୁ OJEE, ୩ଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହା ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ଯାଏଁ ଚାଲିବ ।  ରାଜ୍ୟର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ରାଜ୍ୟ ବାହାରେ କୋଲକାତା, ରାଂଚି ଓ ପାଟଣା ସହରରେ ୫ଟି ପରୀକ୍ଷା କେନ୍ଦ୍ର ହୋଇଛି । ଜେଇଇ ମେନ୍ ଢ଼ାଂଚାରେ କମ୍ପ୍ୟୁଟର ବେସଡ ଟେଷ୍ଟ ହେବ । ଚଳିତ ବର୍ଷ ୭୯,୭୮୮ ଓଜେଇଇ ପରୀକ୍ଷା ପାଇଁ ୮୦ ହଜାର ପିଲା ପଞ୍ଜିକରଣ କରିଛନ୍ତି ।

ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ, ବାରିପଦା, ଭଦ୍ରକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡା, ଫୁଲବାଣୀ, କେନ୍ଦୁଝର, ନୟାଗଡ, ରାୟଗଡା ଏବଂ ରାଉରକେଲା ସହରରେ ୫୪ କେନ୍ଦ୍ର କରାଯାଇଛି।

ପରୀକ୍ଷା ତିନିଟି ସିଟିଂରେ କରାଯିବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨.୩୦ମିନିଟ୍‍ ଏବଂ ତୃତୀୟ ସିଟିଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ। କୋଭିଡ଼ କଟକଣା ନିୟମକୁ ଦୃଷ୍ଟିରେ ରଖି ହେଉଛି ପରୀକ୍ଷା । ଛାତ୍ରଛାତ୍ରୀ ମାସ୍କ, ସାନିଟାଇଜର, ସାମାଜିକ ଦୂରତା ମାନିବାକୁ ବାଧ୍ୟତା ମୂଳକ କରାଯାଇଛି ।

Leave A Reply

Your email address will not be published.