Latest Odisha News

BREAKING NEWS

ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଏକକ ପ୍ରବେଶିକା

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଏକକ ପ୍ରବେଶିକା ପରୀକ୍ଷା । ପ୍ରଥମ ଥର ପାଇଁ ଏଭଳି ପ୍ରବେଶିକା କରାଯାଉଛି । ସକାଳ ୧୦ଟାରୁ ୩ଟି ସିଫ୍ଟରେ ପରୀକ୍ଷା ହେବ । ଏଥିପାଇଁ ରାଜ୍ୟରେ ୨୬ଟି ସେଣ୍ଟର କରାଯାଛି । ଆସନ୍ତା ୨୧ ତାରିଖ ଯାଏଁ ଏକକ ପ୍ରବେଶିକା ପରୀକ୍ଷା ଚାଲିବ ।

କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ ଅନୁଷ୍ଠିତ ହେବ ଏକକ ପ୍ରବେଶିକା ପରୀକ୍ଷା । କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା ରହିଛି ।

ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୬୨ ହଜାର ଛାତ୍ରଛାତ୍ରୀ । ୮୩ଟି ବିଷୟରେ ଚଳିତଥର ନାମ ଲେଖା ହେବ । ରାଜ୍ୟରେ ୬୮ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ପାଇଁ ୧୪ ହଜାର ୭ଶହ ସିଟ୍ ରହିଛି ।

ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଏଣ୍ଟ୍ରାନ୍ସ ଏକଜାମ ମାର୍କ ଓ କ୍ୟାରିୟର ମାର୍କକୁ ମିଶାଇ ବିଚାରକୁ ନିଆଯିବ । ଅର୍ଥାତ୍ ୭୦ ପ୍ରତିଶତ ପ୍ରବେଶିକା ପରୀକ୍ଷା ନମ୍ବର ଓ ୩୦ ପ୍ରତିଶତ କ୍ୟାରିୟର ମାର୍କକୁ ବିଚାରକୁ ନିଆଯିବ । ନଭେମ୍ବର ମାସରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ ।

Leave A Reply

Your email address will not be published.